ଷ୍ଟେସନାରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୪ରୁ ୫ କୋଟି ଟଙ୍କାର ସମାଗ୍ରୀ ନଷ୍ଟ
ବାଲେଶ୍ୱର: ବାଲେଶ୍ୱର ଜିଲା ଟାଉନ ଥାନା ସିନେମା ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୪ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ରୁ ୫କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବାରୁ ଦୋକାନରେ ଥିବା ସମସ୍ତ କସମେଟିକ୍ସ, ଗିଫ୍ଟ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି।
Powered by Froala Editor