ନିର୍ବନ୍ଧ ମୁଦି ଦେଖାଇଲେ ରଶ୍ମିକା

କିଛି ଦିନ ହେଲାଣି ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା। ଅନେକ ଦିନ ଧରି ଉଭୟେ ପରସ୍ପରକୁ ଡେଟ୍ କରୁଥିଲେ ମଧ୍ୟ ସେମାନଙ୍କ ସମ୍ପର୍କକୁ ନେଇ ଏଯାବତ୍ କୌଣସି ସୂଚନା ଦେଇନାହାଁନ୍ତି । ନିକଟରେ ସେ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ସେୟାର୍ କରିଛନ୍ତି। ଭିଡିଓରେ ରଶ୍ମିକା ମନ୍ଦାନା ସୋସିଆଲ ମିଡିଆରେ ତାଙ୍କ କୁକୁର ସହିତ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ସେ ତାଙ୍କ କୁକୁର ସହିତ ଭଲ ସମୟ ବିତାଉଥିବା ଏବଂ ତାଙ୍କ ଫୋନରେ ତାଙ୍କୁ କିଛି ଦେଖାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସମୟରେ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ରଶ୍ମିକାଙ୍କ ହାତରେ ଥିବା ହୀରା ମୁଦି । ଯାହାକୁ ଦେଖି ପ୍ରଶଂସକମାନେ ଆହୁରି ଉତ୍ସାହିତ ହୋଇଯାଇଛନ୍ତି ।
ରଶ୍ମିକା କ୍ୟାପସନରେ ଲେଖିଛନ୍ତି, "ଏହା ଫିଲ୍ମର ପ୍ରଥମ ଗୀତ ଥିଲା ଯାହା ମୁଁ ସୁଟିଂ ସମୟରେ ଶୁଣିଥିଲି, ଏବଂ ଏବେ ମଧ୍ୟ ମୁଁ ଏହି ଗୀତ ସହିତ ପ୍ରେମରେ ପଡ଼ିଛି।’’
ସମ୍ପ୍ରତି ରିପୋର୍ଟ ଆସିଛି ଯେ ରଶ୍ମିକା ମନ୍ଦାନା ଦକ୍ଷିଣ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହେଁ ୨୦୨୬ ମସିହା ଫେବ୍ରୁଆରିରେ ବିବାହ କରିବେ ବୋଲି ଆଶା କରାଯାଉଛି। ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ନୂତନ ଗୀତ ଚଳଚ୍ଚିତ୍ର "ଥମ୍ମା"ର "ରେହେ ନା ରେହେ ହମ୍" କୁ ସୌମ୍ୟଦୀପ ସରକାର ଗାଇଛନ୍ତି।
Powered by Froala Editor