ନିଲମ୍ବିତ ହେଲେ ଏସ୍ଆଇ କାର୍ତ୍ତିକ ଜେନା
ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍ଆଇଙ୍କୁ ନିଲମ୍ବନ କରାଯାଇଛି। ଗ୍ରାମାଞ୍ଚଳ ଥାନାର ସବ ଇନ୍ସପେକ୍ଟର କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରସିକବାଦ ଗାଁରେ ପାରିବାରିକ କଳହକୁ ନେଇ ଅଭିଯୋଗ ହୋଇଥିଲା । ତେବେ ଦାୟିତ୍ବରେ ଥିବା ପୁଲିସ୍ ଏସ୍ଆଇ ନିଜେ ନଯାଇ ତଦନ୍ତ ପାଇଁ ଯୁବକଙ୍କୁ ପଠାଇଥିଲେ। ଯୁବକ ଜଣଙ୍କ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ । ପରେ କିଛି ଟଙ୍କା ମଧ୍ୟ ମାଗିଥିଲେ। ସ୍ଥାନୀୟ ଲୋକେ ଏହା ଜାଣି ସନ୍ଦେହ କରି ପରିଚୟ ପତ୍ର ମାଗିବାରୁ ସେ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ ବୋଲି କହିଥିଲେ। ଅଧିକ ସନ୍ଦେହ ହେବାରୁ ଗ୍ରାମବାସୀମାନେ ଯୁବକଙ୍କୁ ଅଟକ ରଖି ପୁଲିସ୍କୁ ଡାକିବାରୁ ପୁଲିସ୍ ଯାଇ ଚିହ୍ନଟ କରିଥିଲା ଯେ ଯୁବକ ଜଣକ ଅସଲି ପୁଲିସ୍ ନୁହନ୍ତି। ତେଣୁ ଗ୍ରାମାଞ୍ଚଳ ପୁଲିସ୍ ସେହି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
Powered by Froala Editor