ଶ୍ରୀଲିଙ୍ଗରାଜ ମନ୍ଦିର ପତାକା ପୋଡିନି ପବନରେ ଚିରି ଯାଇଛି: ଏଏସ୍ଆଇ ଅଧୀକ୍ଷକ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଅନୁଧ୍ୟାନ କରିଛନ୍ତି ଏଏସ୍ଆଇ ଅଧୀକ୍ଷକ। ଅନୁଧ୍ୟାନ ପରେ ସେ କହିଛନ୍ତି ଯେ ବଜ୍ରପାତରେ ମନ୍ଦିରର କୌଣସି କ୍ଷତି ହୋଇନି। ପତାକା ପୋଡିନି ପବନରେ ଚିରି ଯାଇଛି। ଆର୍ଥିଂ ଆରେଷ୍ଟର ଯୋଗୁଁ କିଛି କ୍ଷତି ହୋଇନି। ଆର୍ଥିଂ ଯାଞ୍ଚ ପାଇଁ କେନ୍ଦ୍ର ପୂର୍ତ୍ତ ବିଭାଗକୁ କୁହାଯାଇଛି। ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଯୋଗୁ ମନ୍ଦିରର ବାନା ଜଳି ଯାଇଥିବା କୁହାଯାଇଥିଲା । ପ୍ରବଳ ବର୍ଷା ଓ ଘଡଘଡିରେ ଏପରି ହୋଇଥିବା ଜଣାପଡିଛି ।
Powered by Froala Editor