ବିଜେଡି ଏବଂ ବିଜେପି ଭଳିଆ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମେ ନିର୍ବାଚନ ଲଢ଼ିବୁ ନାହିଁ: ଭକ୍ତ ଚରଣ ଦାସ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଗାଁ ଗାଁ ଯାଇ ଲୋକଙ୍କୁ ଭୋଟ ଭିକ୍ଷା କରିବ। ଟଙ୍କା ଦ୍ବାରା ନୁହେଁ, ବରଂ ଲୋକଙ୍କ ହୃଦୟ ଜିଣି କଂଗ୍ରେସ ନିର୍ବାଚନ ଲଢ଼ିବ। ସମସ୍ତ ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ପିସିସି ସଭାପତି ଶ୍ରୀ ଦାସ ନ୍ୟାୟ ଯାତ୍ରା ଖରିଆରରୁ ନୂଆପଡ଼ା ଅଭିମୁଖେ ଆରମ୍ଭ କରିଛନ୍ତି। ଉତ୍କେଲା ବିମାନ ବନ୍ଦରରୁ ଖରିଆର ପହଞ୍ଚିବା ପରେ କଂଗ୍ରେସ ନେତୃବୃନ୍ଦ ଏବଂ ହଜାର ହଜାର କର୍ମକର୍ତ୍ତା ଶ୍ରୀ ଦାସଙ୍କୁ ବାଇକ୍ ରାଲିରେ ଖରିଆର ରୋଡ଼ର ନ୍ୟାୟ ସମାବେଶ ସଭା ସ୍ଥଳକୁ ନେଇଥିଲେ। ନୂଆପଡ଼ା ବିଧାୟକ ପ୍ରାର୍ଥୀ ତଥା ଜିଲା ସଭାପତି ଘାସିରାମ ମାଝୀ ଶ୍ରୀ ଦାସଙ୍କୁ ସ୍ବାଗତ କରିଥିଲେ। ବିଜେଡି ଏବଂ ବିଜେପି ଭଳିଆ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମେ ନିର୍ବାଚନ ଲଢ଼ିବୁ ନାହିଁ। ଆମେ ଗାଁ ଗାଁ ଯାଇ ଭୋଟ ଭିକ୍ଷା କରିବୁ ଲୋକଙ୍କ ସହିତ ମିଶିବୁ ବୋଲି ଶ୍ରୀ ଦାସ କହିଛନ୍ତି।
Powered by Froala Editor