ବିଜେଡିର ଜୋରଦାର ପ୍ରତିବାଦ ସହ ବିକ୍ଷୋଭ

ଭୁବନେଶ୍ବର: ପୁଲିସ୍ ସବ୍ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା ଧରାପଡିବା ପରେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଘଟଣାର ତଦନ୍ତ ତୁରନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜେଡି ଦାବି କରିଛି । ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଶତାଧିକ ବିଜେଡି କର୍ମୀ ଏକତ୍ର ହୋଇ ଲୋୟର ପିଏମଜି ଅଭିମୁଖେ ରାଲି କରୁଛନ୍ତି । ପ୍ରତିରଞ୍ଜନ ଘଢେଇଙ୍କ ନେତୃତ୍ୱରେ ବିଜୁ ଯୁବ ଓ ଛାତ୍ର କର୍ମକତ୍ତାମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଜୋରଦାର ପ୍ରତିବାଦ ସହ ବିକ୍ଷୋଭ କରିଛନ୍ତି ।
Powered by Froala Editor