ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡା ଜିଲା ଗସ୍ତ କରୁଛନ୍ତି । ଜିଲାରେ ୧୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଏକ୍ସରେ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୂଆପଡା ଜିଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଗୁଡିକ ଉଦଘାଟନ ହେବ । ଏହି ପ୍ରକଳ୍ପ ଗୁଡିକ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି କ୍ଷେତ୍ରରେ ବିପୁଳ ଅଭିୃବଦ୍ଧି ଆଣିବା ସହ ଉନ୍ନତ ସଂଯୋଗୀକରଣ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ଜୀବନଧାରଣମାନର ଉନ୍ନତିକୁ ସୁନିଶ୍ଚିତ କରିବ ।
Powered by Froala Editor