ବରଗଡ ଜେଲ୍ ଓ ସବଜେଲରେ ଅତର୍କିତ ଚଢାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ବରଗଡ : ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ଏବେ ସାରା ରାଜ୍ୟରେ ଥିବା ଜେଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଜି ସକାଳୁ ସକାଳୁ ଅତର୍କିତ ଭାବେ ବରଗଡ ଜେଲ୍ ଓ ସବଜେଲରେ ଚଢାଉ କରାଯାଇଛି । ପଦ୍ମପୁର ଓ ସୋହେଲା ସବ ଜେଲରେ ମଧ୍ୟ ରେଡ୍ କରାଯାଇଥିଲା ।
ପଦ୍ମପୁର ଉପଖଣ୍ଡ ପୁଲିସ୍ ଅଧିକାରୀଙ୍କ ନେତୃତ୍ବରେ ଚଢାଉ କରିଥିଲା । ଜେଲ ଭିତରୁ ବିପୁଳ ପରିମାଣର ମାଦକ ଭାଙ୍ଗ,ବିଡି,ସିଗାରେଟ ଓ ତମାଖୁ ଜବତ କରାଯାଇଛି। କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି ।
Powered by Froala Editor