ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିସ
କେସିଙ୍ଗା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିସ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ । ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ଦାସ ପରିବାର ସହିତ ବିଭିନ୍ନ ଦର୍ଶନୀୟ ପୀଠ ଓ ସ୍ଥାନକୁ ପରିଭ୍ରମଣରେ ଆସିଥିବା ବେଳେ କଳାହାଣ୍ଡି ମାଣିକେଶ୍ୱରୀ ଦର୍ଶନ ପାଇଁ ଆସୁଥିଲେ ।
ଶୁକ୍ରବାର କେସିଙ୍ଗା କିନେରକେଲା ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଗାଢ଼ରେ ତାଙ୍କ ଗାଡି ପଡିଯାଇଥିଲା । ଏହା ପରେ ତାଙ୍କ ଗାଡିର ଦୁଇଟି ଚକ ଫାଟି ଯିବା ସହ ଗାଡି ଭାରସାମ୍ୟ ହରାଇଥିଲା । ହେଲେ କୌଣସି ମତେ ଗାଡିଟିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଚାଳକ ।
Powered by Froala Editor