ତୃତୀୟ ଥର କନ୍ୟା ସନ୍ତାନର ମା ହେଲେ ରିହାନା

ହଲିଉଡ୍ ଗାୟିକା ରିହାନା ତୃତୀୟ ଥର ପାଇଁ ମାଆ ହୋଇଛନ୍ତି। ସେ ସୋସିଆଲ ମିଡିଆରେ କନ୍ୟା ସନ୍ତାନର ଫଟୋ ସେୟାର କରିଛନ୍ତି। ରିହାନା ତାଙ୍କ କନ୍ୟାକୁ ଧରିଥିବାର ଦୁଇଟି ଫଟୋ ସେୟାର କରିଛନ୍ତି। ରିହାନା ତାଙ୍କ ଝିଅର ନା’ ରକି ଆଇରିଶ୍ ମେୟର୍ସ ରଖିଛନ୍ତି। ଉଭୟ ମା ଏବଂ ଝିଅ ଗୋଲାପୀ ପୋଷାକ ପିନ୍ଧିଥିବା ଫୋଟରେ ଦେଖିବାକୁ ମିଳିଛି ।
ରିହାନା ଏବଂ ରକି 2022 ମସିହାରେ ପ୍ରଥମ ଥର ପାଇଁ ମା’ ହୋଇଥିଲେ। ତା’ପରେ ରିହାନା 2023 ମସିହାରେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ, ଏବଂ ଏବେ ସେ ତୃତୀୟ ସନ୍ତାନ ଜନ୍ମ ଦେଇଛନ୍ତି। ରିହାନା ପୋଷ୍ଟ ସେୟାର କରିବା ମାତ୍ରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। ଜଣେ ଲେଖିଛନ୍ତି, “ସେ ଏକ ସୁନ୍ଦର କଣ୍ଢେଇ ପରି, ଅଭିନନ୍ଦନ।” ଅନ୍ୟ ଜଣେ ଲେଖିଛନ୍ତି, “ପରିବାରକୁ ସ୍ୱାଗତ, ରାଜକୁମାରୀ।”
ରିହାନା ଏବଂ ରକି ପରଫେକଟ କାପୂଲଙ୍କ ମଧ୍ୟରୁ ଜଣେ। ସେ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପୁଅର ନାମ ପ୍ରକାଶ କରିନଥିଲେ। ଗୋଟିଏ ବର୍ଷ ପରେ, ସେ ପ୍ରକାଶ କଲେ ଯେ ଶିଶୁର ନାମ RZA।
Powered by Froala Editor