ଦିଶା ପଟାନିଙ୍କ ଘରେ ଗୁଳିମାଡ

ଉତ୍ତରପ୍ରଦେଶର ବରେଲିର ସିଭିଲ ଲାଇନ୍ସରେ ଥିବା ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ବାହାରେ ଗୁଳି ଚାଳନା କରାଯାଇଥିବା ସୂଚନା ମିଳିଛି। ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଅଭିନେତ୍ରୀଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଦୁଇଜଣ ଅଜଣା ବାଇକ ଚଢ଼ି ଗୁଳି ଚଳାଇ ପରିବାରକୁ ଆତଙ୍କିତ କରିଦେଇଥିଲେ। କିନ୍ତୁ ଏବେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ସିଧାସଳଖ ଏହି ଘଟଣାର ଦାୟିତ୍ୱ ନେଇଛନ୍ତି।
ରୋହିତ ଗୋଦାରା ଗ୍ୟାଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି ଯେ ଏହି ଆକ୍ରମଣ ଅଭିନେତ୍ରୀଙ୍କ ଭଉଣୀ ଖୁସ୍ବୁ ପଟାନିଙ୍କ ଦ୍ୱାରା ସନ୍ଥ ପ୍ରେମାନନ୍ଦ ମହାରାଜ ଏବଂ ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜଙ୍କ ବିରୁଦ୍ଧରେ ଦିଆଯାଇଥିବା କଥିତ ମନ୍ତବ୍ୟର ପ୍ରତିଶୋଧ। ଯେକେହି ଆମ ଧର୍ମ ଏବଂ ସନ୍ଥମାନଙ୍କ ବିରୁଦ୍ଧରେ କହିବ, ତାଙ୍କ ଘର ଉପରେ ଆକ୍ରମଣ କରାଯିବ। ଗ୍ୟାଙ୍ଗଷ୍ଟର ଏହା ମଧ୍ୟ ଦାବି କରିଛି ଯେ ଏହା କେବଳ ଏକ ଟ୍ରେଲର, ପରବର୍ତ୍ତୀ ସମୟରେ ଏକ ବଡ଼ ପଦକ୍ଷେପ ନିଆଯିବ।
ଭୋର ସମୟରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ଏହି ଘଟଣା ପରେ ବରେଲୀ ପୁଲିସ୍ ଦିଶା ପଟାନୀଙ୍କ ଘରେ ସୁରକ୍ଷା ବଢାଇ ଦେଇଛି। ପରିବାରର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୁଲିସ ମୁତୟନ କରାଯାଇଛି। ବରେଲୀ ପୁଲିସ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପାଞ୍ଚଟି ଅଲଗା ଅଲଗା ଟିମ୍ ଗଠନ କରିଛି।
Powered by Froala Editor