ବିଜେଡି ଛାଡିଲେ ଛାତ୍ରନେତା ହରିଶଙ୍କର
୨୦୨୪ ନିର୍ବାଚନରେ ହାରିବା ପରେ ବିଜେଡି ଅନ୍ତଃକନ୍ଦଳ ବଢ଼ିଥିବାବେଳେ ଜଣ ଜଣ କରି ନେତା ନବୀନଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି । ନବୀନ ଦଳର ସୁପ୍ରିମୋ ହୋଇ ମଧ୍ୟ ସଙ୍ଗଠନ ମଜବୁତ ହେବା ବଦଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏ ସୂଚୀରେ ଏବେ ସାମିଲ ହୋଇଛନ୍ତି ବିଜେଡିର ଯୁବନେତା ହରିଶଙ୍କର ରାଉତ ।
ସେ ଦଳ ଛାଡିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି । ଏବେ ମଧ୍ୟ ବିଜେଡିକୁ କବ୍ଜା କରି ରଖିଛନ୍ତି । ଅଣଓଡିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି, ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି ଓ ନିର୍ବାଚନରେ ଲୋକେ ଜବାବ ଦେଲେ । ବିଜେଡିରେ କୋଟେରୀ ଗ୍ରୁପ୍ କାମ କରୁଛି। କିଛି ବରିଷ୍ଠ ନେତା ଅଛନ୍ତି। ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ୍ ଅଛନ୍ତି ବୋଲି ସେ କହିଛନ୍ତି।
କିଛିଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭାସ୍କର ରାଓ ଦଳ ଛାଡ଼ିଥିବାବେଳେ ବିଜୁ ସ୍ୱାଭିମାନ ମଞ୍ଚ ଘୋଷଣା କରିଥିଲେ । ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଏବଂ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ମଧ୍ୟ ବିଜେଡି ଛାଡ଼ିଛନ୍ତି।
Powered by Froala Editor