ସରିଲା ନିର୍ବନ୍ଧ, ଖୁବ୍ଶୀଘ୍ର ବିବାହ କରିବେ ସାଇ ଧନଶିକା ଓ ବିଶାଲ

ଲୋକପ୍ରିୟ ଅଭିନେତା ବିଶାଲ ଅଭିନେତ୍ରୀ ସାଇ ଧନଶିକାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଧନଶିକାଙ୍କ ସହ ଵିଶାଲଙ୍କ ନିର୍ବନ୍ଧ ସରିଛି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଶାଲ ।
ଚଳିତ ବର୍ଷ ମେ ମାସରେ, ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ। ସେମାନେ କହିଥିଲେ ଯେ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବର୍ତ୍ତମାନ ବିବାହ ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ ଉଭୟ ଶୀଘ୍ର ବିବାହ କରିବେ।
ବିଶାଲ ଧନଶିକାଙ୍କଠାରୁ 12 ବର୍ଷ ବଡ଼। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଯୋଡି ବିଶାଲ ଏବଂ ସାଇ ଧନଶିକା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯେବେଠାରୁ ଏହା ଜଣାପଡିଥିଲା ଯେ ଉଭୟ ସମ୍ପର୍କରେ ଅଛନ୍ତି, ସେମାନଙ୍କ ପ୍ରଶଂସକମାନେ ସେମାନଙ୍କ ବିବାହ ପାଇଁ ଅପେକ୍ଷା କରିଥିଲେ।
ବିଶାଲ ତାଙ୍କ ଜନ୍ମଦିନରେ ପ୍ରଶଂସକମାନଙ୍କୁ ନିର୍ବନ୍ଧ ସମ୍ପର୍କରେ ଫୋଟ ପୋଷ୍ଟ କରି ଜଣାଇଛନ୍ତି । ନିର୍ବନ୍ଧର ଫଟୋ ସେୟାର କରି ଅଭିନେତା ଲେଖିଛନ୍ତି, ‘ବିଶ୍ୱର ପ୍ରତ୍ୟେକ କୋଣରୁ ଲୋକମାନେ ମୋତେ ଶୁଭକାମନା ଦେଉଛନ୍ତି। ଏଥିପାଇଁ ମୋର ସମସ୍ତ ପ୍ରିୟଜନଙ୍କୁ ଧନ୍ୟବାଦ।
Powered by Froala Editor