‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, କ୍ୟାନସରରେ ପୀଡ଼ିତ ଥିଲେ

ଲୋକପ୍ରିୟ ସିରିଏଲ୍ ପବିତ୍ର ରିସ୍ତାରେ ବର୍ଷା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ପ୍ରିୟା ମରାଠେଙ୍କ ବିୟୋଗ ଘଟିଛି । ଶନିବାର ଦିନ ପ୍ରିୟାଙ୍କର ମୁମ୍ବାଇର ମୀରା ରୋଡ୍ସ୍ଥିତ ତାଙ୍କ ଘରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଅଭିନେତ୍ରୀଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା। ଏଭଳି ପ୍ରିୟାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ପ୍ରିୟା ମରାଠୀ ଇଣ୍ଡଷ୍ଟ୍ରିରେ ମଧ୍ୟ ଏକ ଜଣାଶୁଣା ନାମ। ପ୍ରିୟା ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ । ଖବର ମୁତାବକ କ୍ୟାନ୍ସରରୁ ସେ ସୁସ୍ଥା ହୋଇ ଆସୁଥିବାବେଳେ ତାଙ୍କ ଶରୀରରେ ପୁଣିଥରେ କ୍ୟାନ୍ସର ସେଲ୍ ଚିହ୍ନଟ କରାଯାଇଥିଲା।ଯାହାର ଚିକିତ୍ସା ଆରମ୍ଭ କରିଦେଇଥିଲେ ପ୍ରିୟା। କିନ୍ତୁ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।
ପ୍ରିୟା ଜଣେ ଭାରତୀୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଏବଂ ଟେଲିଭିଜନ ଅଭିନେତ୍ରୀ ଥିଲେ। ତାଙ୍କର ଜନ୍ମ ୨୩ ଏପ୍ରିଲ ୧୯୮୭ରେ ମୁମ୍ବାଇରେ ହୋଇଥିଲା। ସେ ମୁମ୍ବାଇରୁ ତାଙ୍କର ସ୍କୁଲ ଏବଂ କଲେଜ ଶିକ୍ଷା ଶେଷ କରିଥିଲେ ଏବଂ ତା'ପରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ପାଠପଢ଼ା ସମାପ୍ତ କରିବା ପରେ, ସେ ଅଭିନୟ ଜଗତକୁ ଆସିବା ସହ ଶୀଘ୍ର ମରାଠୀ ଧାରାବାହିକ 'ୟା ସୁଖାନୋୟା' ଏବଂ ତା'ପରେ 'ଚାର ଦିବସ ସାସୁଚେ' ମାଧ୍ୟମରେ ଟିଭିରେ ଡେବ୍ୟୁ କରିଥିଲେ।
ଜି’ଚ୍ୟାନେଲରେ ପ୍ରସାରିତ ପବିତ୍ର ରିସ୍ତା ପ୍ରିୟାଙ୍କୁ ଲୋକପ୍ରିୟ କରାଇଥିଲା । ଶୋ’ରେ ପ୍ରିୟା ନେଗେଟିଭ୍ ଅଭିନୟ କରିଥିଲେ । ସିଏଲରେ ପ୍ରିୟା ବର୍ଷା ଦେଶପାଣ୍ଡେଙ୍କ ଭୂମିକାରେ ଅଭିନୟ କରିଥିଲେ ।
Powered by Froala Editor