ଗିରଫ ହେଲେ ଏହି ଅଭିନେତା
ଭୁବନେଶ୍ବର: ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ କରିଛି ପୁଲିସ। କମିଶନରେଟ ପୁଲିସ ଅନ୍ତର୍ଗତ ବଡ଼ଗଡ଼ ଥାନା ପୁଲିସ ପାର୍ଥସାରଥୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ପାର୍ଥ ଏକ ମାମଲାରେ କୋର୍ଟଙ୍କ ନିୟମ ଖିଲାପ କରିଥିଲେ। ଯାହାଫଳରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା(ଏନବିଡବ୍ଲ୍ୟୁ) ଜାରି କରିବା ସହିତ ଗିରଫ କରିବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ। ଏନବିଡବ୍ଲ୍ୟୁ ବଳରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Powered by Froala Editor