ମୁଖ୍ୟମନ୍ତ୍ରୀଙ୍କ ରାଞ୍ଚି ଗସ୍ତ, ଆଜି ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍ ବୈଠକରେ ଦେବେ ଯୋଗ
ଭୁବନେଶ୍ୱର : ଗୁରୁବାର ରାଞ୍ଚିରେ ଅନୁଷ୍ଠିତ ହେବାକୁ ଥିବା ୨୭ତମ ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଖଣ୍ଡ ଗସ୍ତ କରିଛନ୍ତି। ଆଜି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ନେଇ ବୈଠକ ବସିବ। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେବେ ବୋଲି ଜଣାପଡିଛି।
Powered by Froala Editor