ବିଜୟ ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍) ଦଳ ବଡ଼ ଘୋଷଣା କରିଛି। ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ TVK ଆନୁଷ୍ଠାନିକ ଭାବେ ସାଉଥ ସୁପରଷ୍ଟାର ବିଜୟ ଥାଲାପତିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ବିଜୟଙ୍କ ନାଁ ଘୋଷଣା ହେବା ପରଠୁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଜୋସେଫ୍ ବିଜୟ ଚନ୍ଦ୍ରଶେଖର ଓରଫ୍ ଥଲପତି ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଏଥିସହ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଦଳ ଏକାକୀ ଲଢିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ବିଜୟ କହିଛନ୍ତି ଯେ, ୨୦୨୬ ତାମିଲନାଡୁ ନିର୍ବାଚନରେ ତାଙ୍କ ଦଳ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଡିଏମକେ କିମ୍ବା ବିଜେପି ସହିତ ମେଣ୍ଟ କରିବ ନାହିଁ। ସେ ଆହୁରି କହିଛନ୍ତି, ବିଜେପି କେବେବି ତାମିଲନାଡୁରେ ବଢିପାରିବ ନାହିଁ।
ଆଗକୁ ନିର୍ବାଚନ ଥିବା ବେଳେ ଦଳ କାହା ସହିତ ମେଣ୍ଟ କରିବ ବା ନକରିବ, ସେ ନେଇ ନିଷ୍ପତ୍ତି ନେବାର ସମସ୍ତ କ୍ଷମତା ସଂପୂର୍ଣ୍ଣ ଭାବେ ବିଜୟଙ୍କୁ ଦିଆଯାଇଛି। ନିର୍ବାଚନ ପୂର୍ବରୁ ଦଳ ତା’ର ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବ। ଦଳ ରାଜ୍ୟରେ ୨ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ବିଜୟ ସେପ୍ଟେମ୍ବରରୁ ତାଙ୍କର ରାଜ୍ୟବ୍ୟାପୀ ଗସ୍ତ ଆରମ୍ଭ କରିବେ ବୋଲି ଟିଭିକେ ସାଧାରଣ ସମ୍ପାଦକ ଏନ ଆନନ୍ଦ ସୂଚନା ଦେଇଛନ୍ତି।
Powered by Froala Editor