ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ହାଉସଫୁଲ-୫ରେ ପରଦାରେ ନଜର ଆସୁଛନ୍ତି। ତାଙ୍କ ଫିଲ୍ମକୁ ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ମିଳୁଛି। ଏହି ସମୟରେ ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।
ମୁଁ ଥରୁଟିଏ ହଜିଯିବାକୁ ଚାହୁଁଛି.. ଭିଡ ଭିତରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ମଧ୍ଯ ଚାହେଁ ... ଯାହା କିଛି ଥିଲା ସବୁ ଆପଣାର ଲୋକଙ୍କ ପାଇଁ ଦେଇଦେଲି.. ଏବେ ବାକିତକ ସମୟ ବାସ୍ ନିଜ ପାଇଁ ହିଁ ଚାହୁଁଛି... କେବେ କେବେ ନିଜ ସହ ଭେଟ ହେବା ପାଇଁ ଚାରିଆଡୁ ନିଖୋଜ ହେବାକୁ ପଡେ...
କିଛି ଏମିତି ପୋଷ୍ଟ କରିଛନ୍ତି ଜଣାଶୁଣା ଅଭିନେତା । ନିଜ ଇନଷ୍ଟାଗ୍ରାମରେ ଏଭଳି କିଛି ଅଜବ ଲେଖା ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ଯରେ ହଲଚଲ ସୃଷ୍ଟି ହୋଇଛି । ଅଭିଷେକଙ୍କ ଏମିତି ପୋଷ୍ଟ ପରେ ତାଙ୍କୁ ଶହଶହ କମେଣ୍ଟ ଆସିଛି । ଯେଉଁଥିଲେ ପ୍ରଶଂସକମାନେ ନିଜ ନିଜର ମତ ରଖିଛନ୍ତି । ଅଭିଷେକଙ୍କ ଏହି ପୋଷ୍ଟ ପଢିବା ପରେ, କିଛି ୟୁଜର ତାଙ୍କୁ ଟ୍ରୋଲ କରୁଛନ୍ତି ଏବଂ ଫ୍ଲପ୍ ଫିଲ୍ମ ବିଷୟରେ ତାଙ୍କୁ ତାତ୍ସଲ୍ୟ କରୁଥିବାର ଦେଖାଯାଉଛି।
ଜଣେ ୟୁଜର ଲେଖିଛନ୍ତି- ‘ହଁ, ଏତେ ଫ୍ଲପ୍ ପରେ, ଜଣେ ମିସ୍ ହେବା ଉଚିତ।’ ଅନ୍ୟ ଜଣେ କହିଛନ୍ତି- ‘ତୁମେ ବଲିଉଡରୁ ମିସ୍ କରିଛ।’ କିଛି ୟୁଜର ଐଶ୍ୱର୍ଯ୍ୟା ରାୟଙ୍କ ନାମ ନେଇ ଅଭିଷେକଙ୍କୁ ମଧ୍ୟ ଟ୍ରୋଲ କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି- ‘ମିସ୍ ଇଣ୍ଡିଆକୁ ବିବାହ କରିବା ପରେ ଜଣେ ପୁରୁଷ ଖୁସି ନୁହେଁ ଏହାର ଅର୍ଥ କ’ଣ?’ ଏହା ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ପରାମର୍ଶ ଦେଇଛନ୍ତି- ସାର୍, ଆପଣ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ କିଛି ସମୟ ବିତନ୍ତୁ ଆପଣଙ୍କୁ ଭଲ ଲାଗିବ।
Powered by Froala Editor