ଦିନେ ମାଳି ବିକୁଥିଲେ, ଆଜି କୋଟିଏ ଟଙ୍କାର କାର୍ରେ ବୁଲୁଛନ୍ତି

ମହାକୁମ୍ଭରେ ନିଜର ଆଖି ପାଇଁ ଇଣ୍ଟରନେଟ୍ ସେନସେସନ ପାଲଟିଥିଲେ ମୋନାଲିସା। ମାଳି ବିକ୍ରି କରି ଚର୍ଚ୍ଚାକୁ ଆସିଥିବା ମୋନାଲିସା ଏବେ ଷ୍ଟାର ପାଲଟି ଯାଇଛନ୍ତି। ତାଙ୍କର ହିରୋଇନ୍ ହେବାର ସ୍ଵପ୍ନ ପୂରଣ ହୋଇଛି। ତାଙ୍କର ବଲିଉଡ଼ରେ ପାଦ ଥାପିବାକୁ ଆଉ କିଛି ଦିନ ବାକି ଥିବାବେଳେ ତା’ ପୂର୍ବରୁ ସେ ଏକ ମ୍ୟୁଜିକ ଭିଡିଓ କରିଛନ୍ତି। ଏହାର ଟିଜର ରିଲିଜ୍ ହୋଇଛି।ଏହି ସବୁ ସଫଳତା ମଧ୍ୟରେ ସେ ଏକ ଲଗଜରୀ କାରର ମାଲିକାଣୀ ହୋଇଥିବା ଚର୍ଚ୍ଚା ହେଉଛି।
ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ଏସୟୁଭିରେ ବସି ନିଜ ମ୍ୟୁଜିକ୍ ଭିଡିଓର ପ୍ରଚାର ପାଇଁ ଯାଉଥିବା ଦେଖାଯାଇଛି। ଏସୟୁଭିଟି ୧କୋଟି ହେବ ବୋଲି ଲୋକେ ଆକଳନ କରୁଛନ୍ତି। ତେବେ କାରଟି ତାଙ୍କର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଗୀତରେ ମୋନାଲିସାଙ୍କ ସହ ଉତ୍କର୍ଷ ସିଂହ ମଧ୍ୟ ନଜର ଆସିଛନ୍ତି। ସେ ହିଁ ଏହି ଗୀତ ତିଆର କରିଛନ୍ତି ଏବଂ ଗାଇଛନ୍ତି। ଏହି ଗୀତ ଜୁନ୍ ୧୩ରେ ମୁକ୍ତିଲାଭ କରିବ। ଭିଡିଓରେ ଉତ୍କର୍ଷ-ମୋନାଲିସାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ତେବେ ଗୀତର ଟାଇଟଲ୍ ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ।
ଗୀତରେ ମୋନାଲିସା ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି। ତାଙ୍କର ଏହି ଅବତାର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ଏବଂ କମେଣ୍ଟ ମାଧ୍ୟମରେ ସେମାନେ ମୋନାଲିସାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ମୋନାଲିସା ‘ଡାଏରୀ ଅଫ୍ ମଣିପୁର’ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ ଦୁନିଆରେ ପାଦ ଥାପିବେ। ସନୋଜ ମିଶ୍ରା ଏହାର ନିର୍ଦେଶନା ଦେଉଛନ୍ତି।
Powered by Froala Editor