୫୪ ବର୍ଷରେ ଅଭିନେତା ମୁକୁଲ ଦେବଙ୍କ ପରଲୋକ

୫୪ବର୍ଷ ବୟସରେ ବଲିଉଡ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଥିଲେ ମୁକୁଲ ଦେବ ।
୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ୧୯୯୬ ମସିହାରୁ ନିଜ ଅଭିନୟ ଜୀବନ ଆରମ୍ଭ କଲେଣି । ମୁକୁଲ ଦେବ ଅଭିନେତା ରାହୁଲ ଦେବଙ୍କ ସାନ ଭାଇ । ସିନେମା ଓ ଟିଭି ଜଗତରେ ବେଶ ପରିଚିତ ଚେହେରା ଥିଲେ ମୁକୁଲ । କେବଳ ହିନ୍ଦୀ ନୁହେଁ ମାଲାୟଲମ୍, କନ୍ନଡ, ତେଲୁଗୁ ସିନେମାରେ ବି ସେ ଅଭିନୟ କରିଛନ୍ତି ।
୧୯୯୬ ମସିହାରେ ‘ମୁମକିନ୍’ ଧାରାବାହିକରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ବେଳେ ‘ଫିୟର ଫ୍ୟାକ୍ଟର ଇଣ୍ଡିଆ’ର ପ୍ରଥମ ସିଜିନ୍ ହୋଷ୍ଟ କରିଥିଲେ । ‘ଦସ୍ତକ’ ଫିଲ୍ମ ଜରିଆରେ ସୁସ୍ମିତା ସେନଙ୍କ ସହିତ ସ୍କ୍ରିନ ସେୟାର କରି ପ୍ରଥମେ ଚଳଚିତ୍ର ଜଗତରେ ଅଭିନୟ କରିଥିଲେ । ଯେଉଁଥିରେ ସେ ଏସିପି ରୋହିତ ମାଲହୋତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ । ସନ୍ ଅଫ୍ ସର୍ଦ୍ଦାର, ଜୟ ହୋ, ଆର ରାଜକୁମାର, ୟମଲା ପାଗଲା ଦିୱାନା, ପ୍ୟାର୍ ଜିନ୍ଦେଗୀ ହେ, କଭି କଭି ପ୍ୟାର୍ କଭି କଭି ୟାର୍, ୱାଜୁଦ ଭଳି ସିନେମାରେ ମୁକୁଲଙ୍କର ଦମଦାର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା।
ଅଭିନେତା ବିନ୍ଦୁ ଦାରା ସିଂହ ଏକ୍ସରେ ପୋଷ୍ଟ କରି ମୁକୁଲ ଦେବଙ୍କ ଦେହାନ୍ତ ଖବର ଦେଇଛନ୍ତି। ସେ କହିଛନ୍ତି ଯେ ମୁକୁଲ କିଛି ଦିନ ହେବ ଅସୁସ୍ଥ ଥିବାରୁ ତାର ଚିକିତ୍ସା ଚାଲିଥିଲା।
Powered by Froala Editor