ବର୍ଷା ପାନି ଗୀତରେ ରବିନା ଦେଖାଇଥିଲେ ଜଲୱା, ଏବେ ଝିଅ

ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ଅଭିନୀତ ଟିପ୍ ଟିପ୍ ବର୍ଷା ପାନି ଗୀତଟି ୯୦ ଦଶକରେ ବେଶ ହିଟ୍ ହୋଇଥିଲା । ୧୯୯୪ ମସିହାରେ ରିଲିଜ୍ ହୋଇଥିବା ମୋହରା ଫିଲ୍ମରେ ଏହି ଗୀତଟି ରହିଥିଲା । ଫିଲ୍ମ ସାଙ୍ଗକୁ ଗୀତକୁ ମଧ୍ୟ ବେଶ ଭଲ ପାଇବା ମିଳିଥିଲା । ଆଜି ମଧ୍ୟ ଏହି ଗୀତକୁ ଶ୍ରୋତାମାନେ ଗୁଣୁଗୁଣାଉ ଥିବାବେଳେ ଯାତ୍ରା ମଞ୍ଚରେ ନୃତ୍ୟ ଶିଳ୍ପୀମାନେ ଜଲଓ୍ବା ଦେଖାଉଛନ୍ତି । ଏବେ ରବିନାଙ୍କ ଝିଅ ରାଶା ଏହି ଗୀତରେ ଜଲଓ୍ବା ଦେଖାଇଛନ୍ତି ।
ଏକ ଆଓ୍ବାର୍ଡ ଶୋ’ରେ ରାଶା ଏକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ସେ ଏହି ଗୀତରେ ନାଚିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭଲ ଭଲ କମେଣ୍ଟ ଦେଉଛନ୍ତି ।
ସୂଚନା ଅନୁଯାୟୀ, ରାଶା ଅଜୟ ଦେବଗନଙ୍କ ଫିଲ୍ମ ଆଜାଦ ରିଆରେ ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ଯଦିଓ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଛି କିନ୍ତୁ ଦର୍ଶକେ ବେଶ ଭଲପାଇବା ଦେଇଛନ୍ତି ।
Powered by Froala Editor