ପାକିସ୍ତାନରେ ଅଟକ ଥିବା ବିଏସଏଫ କନଷ୍ଟେବଳ ଫେରିଲେ ଭାରତ
ନୂଆଦିଲ୍ଲୀ: ଭାରତ ଫେରିଲେ ପାକିସ୍ତାନରେ ଅଟକ ଥିବା ବିଏସ୍ଏଫ୍ ଯବାନ। ବିଏସଏଫ କନଷ୍ଟେବଳ ପୂର୍ଣ୍ଣମ ଶ’ଙ୍କୁ ପ୍ରାୟ ୩ ସପ୍ତାହ ପରେ ଛାଡ଼ିଲା ପାକିସ୍ତାନ। ଭୁଲ୍ବଶତଃ ସୀମା ପାର୍ କରିଥିବାରୁ ପାକିସ୍ତାନ ତାଙ୍କୁ ଅଟକ ରଖିଥିଲା। ଏପ୍ରିଲ ୨୩ ତାରିଖରେ ପଞ୍ଜାବର ଅଟାରୀ ସୀମାରେ ପାକ୍ ରେଞ୍ଜରମାନଙ୍କ ଦ୍ୱାରା ଧରାପଡ଼ିଥିବା ବିଏସଏଫ ଯବାନ ପୂର୍ଣ୍ଣମ ଶ’ଙ୍କୁ ପାକିସ୍ତାନ ବୁଧବାର ଭାରତକୁ ହସ୍ତାନ୍ତର କରିଛି। ଅଟାରୀ-ଓ୍ବାଘା ସୀମା ଦେଇ ସେ ଭାରତ ଫେରିଥିବା ସ୍ପଷ୍ଟ କରିଛି ବିଏସଏଫ।
ସୂଚନା ମୁତାବକ, ପୂର୍ଣ୍ଣମ ଭାରତ-ପାକିସ୍ତାନ ସୀମା ନିକଟସ୍ଥ ଏକ କ୍ଷେତ ନିକଟରେ ଡ୍ୟୁଟିରେ ଥିଲେ। ନିୟମିତ ଗତିବିଧି ସମୟରେ ଭୁଲ୍ବଶତଃ ସେ ଭାରତୀୟ ସୀମା ବାଡ଼ ପାର କରି ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲେ, ଯେଉଁଠାରେ ପାକିସ୍ତାନ ରେଞ୍ଜରମାନେ ତାଙ୍କୁ ଅଟକ ରଖିଥିଲେ।
Powered by Froala Editor