Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ...

  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ...

  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ...

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ...

  • ବିଜେପିକୁ ଏମିତି କହି ସମାଲୋଚନା କଲେ ...

  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ...

  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ...

  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦

ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦

2025-05-14 12:51:33
15881
Share:
Facebook
Twitter
E-Mail
WhatsApp
Telegram
ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ରେ ଏସ୍‌-୪୦୦ର ସଫଳ ପ୍ରଦର୍ଶନ ପରେ ଭାରତ ଆକାଶ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଋଷଠାରୁ ଅଧିକ ଏସ୍‌-୪୦୦ କିଣିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ପାକିସ୍ତାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌କୁ ଅଟକାଇବାରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ୍‌-୪୦୦ ଘାତକ ପ୍ରମାଣିତ ହୋଇଛି। ତେଣୁ ଅଧିକ ଏସ୍‌-୪୦୦ କିଣିବା ପାଇଁ ଭାରତ ସରକାର ଇଚ୍ଛା ପ୍ରକାଶ କରିଛନ୍ତି।
ଭାରତୀୟ ସେନାରେ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଋଷ ନିର୍ମିତ ଏସ୍‌-୪୦୦ ସିଷ୍ଟମ୍, ସାମ୍ପ୍ରତିକ ସଂଘର୍ଷ ସମୟରେ ପାକିସ୍ତାନ ଦ୍ୱାରା ଛଡ଼ା ଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌କୁ ନିଷ୍କ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆକାଶ ମାର୍ଗରେ ପଶ୍ଚିମ ସୀମା ପାରରୁ ବିପଦର ମୁକାବିଲା କରିବାରେ ଏହି ପ୍ରଣାଳୀ ପ୍ରଭାବଶାଳୀତା ପ୍ରଦର୍ଶନ କରିଛି। ତେଣୁ ଦେଶର ଆକାଶ ପ୍ରତିରକ୍ଷା କ୍ଷମତାକୁ ବଢ଼ାଇବା ପାଇଁ ଅଧିକ ଏସ୍‌-୪୦୦ କିଣିବା ପାଇଁ ଭାରତ ସରକାର ରୁଷ୍‌କୁ ଅନୁରୋଧ କରିଛନ୍ତି। ରୁଷ ମଧ୍ୟ ଏହି ଅନୁରୋଧକୁ ମଞ୍ଜୁର କରିବାର ସମ୍ଭାବନା ରହିଛି।
ରୁଷ ନିର୍ମିତ ଏସ୍‌-୪୦୦କୁ ଭାରତରେ ‘ସୁଦର୍ଶନ ଚକ୍ର’ କୁହାଯାଏ। ବିଶ୍ୱର ସବୁଠାରୁ ଉନ୍ନତ, ୬୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଟ୍ରାକ କରିବାରେ ଏବଂ ୪୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜରେ ସେଗୁଡ଼ିକୁ ଅଟକାଇବାରେ ଏହା ସକ୍ଷମ। ଭାରତ ୨୦୧୮ରେ ପାଞ୍ଚଟି ଏସ୍‌-୪୦୦ ଆକାଶ ପ୍ରତିରକ୍ଷା ପ୍ରଣାଳୀ ପାଇଁ ରୁଷ ସହିତ ୫.୪୩ ବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷର କରିଥିଲା। ପାକିସ୍ତାନ ଏବଂ ଚୀନରୁ ଆକାଶ ମାର୍ଗ ବିପଦର ମୁକାବିଲା କରିବା ପାଇଁ ୨୦୨୧ରେ ଏସ୍‌-୪୦୦କୁ ପଞ୍ଜାବରେ ପ୍ରଥମେ ମୁତୟନ କରାଯାଇଥିଲା। ଏହା ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌କୁ ନିଷ୍କ୍ରିୟ କରିବା ସହ ସ୍ବୟହ ଚାରି ପ୍ରକାରର କ୍ଷେପଣାସ୍ତ୍ର ନିକ୍ଷେପ କରିବାରେ ସକ୍ଷମ। ଏସ୍‌-୪୦୦ ବିମାନ, ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ ପ୍ରୋଜେକ୍ଟାଇଲ୍‌କୁ ଅଟକାଇ ପାରିବ। ଏହାର ଉନ୍ନତ ରେଡାର ଏକାସଙ୍ଗେ ଶହେରୁ ଅଧିକ ଲକ୍ଷ୍ୟକୁ ଟ୍ରାକ୍ କରିପାରେ। ତେବେ ପାକିସ୍ତାନ ଡ୍ରୋନ୍‌ ଆକ୍ରମଣ କରି ଭାରତର ଏସ୍‌-୪୦୦କୁ ନଷ୍ଟ କରିଥିବା ଦାବି କରିଥିଲା। ତେଣୁ ପାକିସ୍ତାନର ଏହି ମିଛ ଦାବିକୁ ଖଣ୍ଡନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭାରତୀୟ ବାୟୁସେନାର ଆଦମପୁର ଘାଟି ପରିଦର୍ଶନ କରିଥିଲେ। ପ୍ରତିରକ୍ଷା ବାହିନୀ ମଧ୍ୟ ପାକିସ୍ତାନର ମିଥ୍ୟା କାହାଣୀକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଦୃଢ଼ ଭାବରେ କହିଥିଲେ ଯେ ସମସ୍ତ ଭାରତୀୟ ପ୍ରତିରକ୍ଷା ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ରହିଛି ଏବଂ ଯେକୌଣସି ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।

Powered by Froala Editor

Tags S-400

Related articles Odisha News Lens 4.1

  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ
    ଦେଶ-ଦେଶାନ୍ତର

    ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ

    15066
    Nov 07, 2026
  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା
    ଦେଶ-ଦେଶାନ୍ତର

    ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13759
    Nov 06, 2026
  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ...
    ଦେଶ-ଦେଶାନ୍ତର

    ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ...

    14824
    Nov 06, 2026
  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...
    ଦେଶ-ଦେଶାନ୍ତର

    ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...

    14285
    Nov 05, 2026
  •  ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ
    ଦେଶ-ଦେଶାନ୍ତର

    ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ

    13422
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା
    ବାଣିଜ୍ୟ

    ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15236
    Nov 06, 2026
  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା
    ଦେଶ-ଦେଶାନ୍ତର

    ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା

    13368
    Nov 07, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ

    13876
    Nov 05, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର
    ବିଶେଷ

    ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13755
    Nov 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15669
    Nov 06, 2026
  • ଦେଶ-ଦେଶାନ୍ତର

    ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ

    13422
    Nov 07, 2026
  • ଦେଶ-ଦେଶାନ୍ତର

    ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା

    13368
    Nov 07, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17259
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17960
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17901
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18321
    Sep 06, 2023

ବିଶେଷ

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13755
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14110
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14889
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15868
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    15048
    Oct 27, 2026

ବାଣିଜ୍ୟ

ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

ସିଡନୀ :  ସିଡନୀରେ ୪୦୦ରୁ ଅଧିକ ଓଡ଼ିଆ ସମ୍ପ୍ରଦାୟର ସଦସ୍ୟ ଏକତ୍ରିତ ହୋଇ ଦଶହରାକୁ ସ୍ୱାଗତ କରିଥିଲେ ଏବଂ ଫୁଲ ବଉଳ ବେଣୀ ପାଳନ କରିଥିଲେ। ଏହା ଓରିଓଜ୍ ର ଦ୍ୱିବାର୍ଷିକ ସାଂସ୍କୃତିକ ଉତ୍ସବ, ଯାହା ଭବିଷ୍ୟତ ପ ...

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14127
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14155
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14419
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15873
    Oct 31, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13759
    Nov 06, 2026
  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା

    13368
    Nov 07, 2026
  • ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ

    13422
    Nov 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In