ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଛି । ଆଣ୍ଡାମାନ ଛୁଇଁବା ପରେ ଆଜି ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନରେ ଆଗକୁ ବଢିବ ମୌସୁମୀ ବାୟୁ । ଏହାପରେ ନିକୋବର ଦ୍ୱୀପ ଓ ଉତ୍ତର ଆଣ୍ଡାମାନର କିଛି ଅଞ୍ଚଳକୁ ଅଗ୍ରସର ହେବ ।
ଆଇଏମଡିର ସୂଚନାନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକୁ ମୌସୁମୀର ଅଗ୍ରଗତି ପାଇଁ ବାୟୁମଣ୍ଡଳ ଏବଂ ଅନ୍ୟାନ୍ୟ ପରିସ୍ଥିତି ଅତ୍ୟନ୍ତ ଅନୁକୂଳ ରହିଛି।
ଫଳସ୍ୱରୂପ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପର ଅନେକ ଅଂଶରେ ମଧ୍ୟମରୁ ପ୍ରବଳ ବର୍ଷା, ଝଡ଼ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି।
Powered by Froala Editor