ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

ପାକିସ୍ତାନ ସହିତ ଅସ୍ତ୍ରବିରତିର ୫୧ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ରାତି ୮ଟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ନିଜ ୨୨ ମିନିଟ ଭାଷଣରେ ମୋଦୀ ପହଲଗାମ ଆକ୍ରମଣ, ଅପରେସନ ସିନ୍ଦୂର, ଅସ୍ତ୍ରବିରତି, ଆତଙ୍କବାଦ, ସିନ୍ଧୁ ଜଳ ଚୁକ୍ତି ଓ ପିଓକେ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି, ‘ଆତଙ୍କବାଦୀମାନେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୂର ନଷ୍ଟ କରିଥିଲେ, ତେଣୁ ଭାରତ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଛି। ଭାରତ ୧୦୦ରୁ ଅଧିକ ଭୟଙ୍କର ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଭାରତର ଏହି କାର୍ଯ୍ୟରେ ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇଯାଇଥିଲା।’
ପ୍ରଧାନମନ୍ତ୍ରୀ କହିଛନ୍ତି କି ଆମେରିକାର ଅନୁରୋଧ ପରେ ଭାରତ ସଂଘର୍ଷ ରୋକିବାକୁ ଅନୁମତି ଦେଇଛି । ଭାରତ ପାକିସ୍ତାନ ବିରୁଦ୍ଧରେ ମିଲିଟ୍ରି ଆକ୍ସନକୁ କେବଳ ସ୍ଥଗିତ କରିଛି । ପାକିସ୍ତାନର ବ୍ୟବହାର ଦେଖିବାପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ‘ସେନା ଅପାର ସାହସିକତା ପ୍ରଦର୍ଶନ କରିଛି। ଆମେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ସେନାକୁ ମୁକ୍ତ ହାତ ଦେଇଥିଲୁ। ଲୋକମାନଙ୍କୁ ସେମାନଙ୍କ ପରିବାର ସମ୍ମୁଖରେ ହତ୍ୟା କରାଯାଇଥିଲା। ଦେଶର ସଦଭାବନା ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ଅପରେସନ ସିନ୍ଦୂର ନ୍ୟାୟର ଏକ ଅଖଣ୍ଡ ପ୍ରତିଜ୍ଞା।’
ଭାରତ ଆତଙ୍କୀଙ୍କ ବିଲ୍ଡିଂ ଭାଙ୍ଗିବା ସହ ତାଙ୍କ ଆତ୍ମବଳ ମଧ୍ୟ ଭାଙ୍ଗିଥିଲା । ଯୁଦ୍ଧ ଭୂମିରେ ଆମେ ପ୍ରତିଥର ପାକିସ୍ତାନକୁ ଧୁଳି ଚଟାଇଛୁ । ଅପରେସନ ସିନ୍ଦୂର ଏଥିରେ ଏକ ନୂଆ ଅଧ୍ୟାୟ ଯୋଡିଛି । ଏହି ଅପରେସନ ସମୟରେ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର ପ୍ରାମାଣିକତା ମଧ୍ୟ ସିଦ୍ଧ ହୋଇଛି ବୋଲି ମୋଦୀ କହିଛନ୍ତି ।
Powered by Froala Editor