ନାବାଳିକା ଅପହରଣକାରୀଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ସହ ୧ହଜାର ଟଙ୍କା ଜରିମାନା
କେନ୍ଦୁଝର : କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ସୋମବାର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ତେଲକୋଇ ଥାନା ଅନ୍ତର୍ଗତ ଭିମକାଣ୍ତ ଗ୍ରାମର ଅଭିଯୁକ୍ତ ଅଭିମନ୍ୟୁ ପାତ୍ର (୨୩)ଙ୍କୁ ଦୁଇବର୍ଷ ସଶ୍ରମକାରାଦଣ୍ତ ସହ ୧ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୧ମାସ ସଶ୍ରମ କାରାଦଣ୍ତ ରାୟ ଶୁଣାଇଛନ୍ତି।
୨୦୨୨ମସିହା ଜାନୁଆରୀ ମାସ ୫ରେ ୧୬ବର୍ଷିୟା ନାବାଳିକା କଲେଜ ଯିବା ସମୟରେ ଅଭିମନ୍ୟୁ ତାଙ୍କୁ ଅପହରଣ କରି କଟକ ଜିଲା ଘଣ୍ଟିଖାଲ ଏକ ଭଡା ଘରେ ରଖିଥିଲା। ପରିବାର ପକ୍ଷରୁ ଝିଅକୁ ଖୋଜାଖୋଜି ପରେ ତାଙ୍କର କୈାଣସି ସନ୍ଧାନ ନ ମିଳିବାରୁ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଘଣ୍ଟିଖାଲରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୋମବାର କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ୧୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ତାଦେଶ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।
Powered by Froala Editor