ସାଙ୍ଗାକାରାଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକା !

ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକ୍ଅପ୍ ପରେ ପୁଣି ପ୍ରେମରେ ପଡ଼ିଛନ୍ତି ମଲାଇକା ଆରୋରା। ନିକଟରେ ଏକ ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ କୁମାର ସାଙ୍ଗାକାରାଙ୍କ ସହ ବସିଥିବା ଦେଖିବାକୁ ମିଳିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଦେଖିବା ପାଇଁ ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ଗୌହାଟୀରେ ଆରଆର ଜର୍ସି ପିନ୍ଧି ପହଞ୍ଚିଥିଲେ। ଷ୍ଟାଡିୟମରେ ସେ ଆରଆରର ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ସହିତ ବସି ମ୍ୟାଚ୍ ଦେଖୁଥିବା ଦେଖାଯାଇଥିଲା। ତାଙ୍କୁ ସାଙ୍ଗାକାରାଙ୍କ ସହିତ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଦୁହିଁଙ୍କ ଫଟୋ ଦେଖି ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି।
ରାଜସ୍ଥାନ ରୟାଲ୍ସକୁ IPL 2025ର ପ୍ରଥମ ଦୁଇଟି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶେଷରେ, ଏହା ଚେନ୍ନାଇ ସୁପର କିଙ୍ଗ୍ସକୁ ରନରେ ପରାସ୍ତ କରି ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଛି।
Powered by Froala Editor