ଯେତିକି ଦିନ ଆୟୁଷ ଲେଖାଥିବ, ସେତିକି ଦିନ ବଞ୍ଚିବି

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ସିକନ୍ଦର’ ରିଲିଜ ହେବାର ସମସ୍ତ ପ୍ରସ୍ତୁତି ସରିଛି। ଏହି ଫିଲ୍ମର ନିର୍ମାତା ସାଜିଦ ନାଡିୟାଡୱାଲା, ଏବଂ ଏଥିରେ ରଶ୍ମିକା ମନ୍ଦାନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ। 'ସିକନ୍ଦର' ରିଲିଜ୍ ହେବା ପୂର୍ବରୁ, ସଲମାନ ଖାନ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ତାଙ୍କୁ ମିଳୁଥିବା ଲଗାତାର ହତ୍ୟା ଧମକ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି।
ସେ ଏକ ଇଣ୍ଟରଭ୍ୟୁରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି। ଏହି ଇଣ୍ଟରଭ୍ୟୁରେ ସଲମାନଙ୍କୁ ପଚରାଯାଇଥିଲା ଯେ, ତାଙ୍କୁ ନିଜ ସୁରକ୍ଷାର ଚିନ୍ତା ଅଛି କି? ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି, “ଭଗବାନ, ଆଲ୍ଲା ସବୁ ସମାନ। ସେ ଯେତିକି ଆୟୁଷ ଲେଖିଛନ୍ତି, ସେତିକି ଦିନ ହିଁ ମୁଁ ବଞ୍ଚିବି। ବେଳେବେଳେ ଅନେକ ଲୋକଙ୍କୁ ନେଇ ଚାଲିବାକୁ ପଡେ, ଏହା ସମସ୍ୟା ହୋଇଯାଏ।”
ଉଲ୍ଲେଖଯୋଗ୍ୟ, ଗତ ତିନି ବର୍ଷ ଧରି ସଲମାନ ଖାନ ଏବଂ ତାଙ୍କ ପରିବାର ଓ ବନ୍ଧୁମାନଙ୍କ ଉପରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନଜର ରଖୁଛି। ପୂର୍ବରୁ, ସଲିମ ଖାନ ତାଙ୍କ ସକାଳ ଚାଲିବା ସମୟରେ ଏକ ଧମକପୂର୍ଣ୍ଣ ଚିଠି ପାଇଥିଲେ। ତା'ପରେ ସଲମାନଙ୍କ ଘର ଏବଂ ଫାର୍ମ ହାଉସ୍ ରେକି କରାଯାଇଥିଲା ଏବଂ ସଲମାନଙ୍କ ଘର ଉପରେ ଗୁଳିଚାଳନା କରାଯାଇଥିଲା। ଏହି ଘଟଣାଗୁଡ଼ିକ ଦ୍ୱାରା ସୁପରଷ୍ଟାରଙ୍କ ପରିବାର ଏବେ ଭୟଭୀତ ଅଛନ୍ତି।
Powered by Froala Editor