କେଏଲ୍ ରାହୁଲ-ଆଥିୟାଙ୍କ ଘରକୁ ଆସିଲା ନହ୍ନି ପରୀ

ବଲିଉଡ଼ ଅଭିନେତ୍ରୀ ଅଥିୟା ଶେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀୟ କ୍ରିକେଟର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ଶେଟ୍ଟୀ ପ୍ରଥମ ଥର ପାଇଁ ପିତାମାତା ହେବା ବିଷୟରେ ସୂଚନା ଦେଇଛନ୍ତି। ଏହି କାରଣରୁ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ୍ ଖେଳିବାକୁ ଆସିନାହାଁନ୍ତି। ଦମ୍ପତ୍ତି ନିଜେ ଏହି ଖୁସିଖବର ନିଜ ସୋସିଆଲ ମିଡିଆରେ ଏକ କ୍ୟୁଟ୍ ପୋଷ୍ଟ ଦ୍ୱାରା ଫ୍ୟାନ୍ସଙ୍କୁ ଦେଇଛନ୍ତି ।
ଆଥିୟା ୮ ନଭେମ୍ବର ୨୦୨୪ରେ ଗର୍ଭବତୀ ହେବା କଥା ଜଣାଇଥିଲେ । ଏଥିସହ କହିଥିଲେ ଧେ, ସେ ଏପ୍ରିଲ ୨୦୨୫ରେ ଶିଶୁକୁ ଜନ୍ମ ଦେବେ । କିନ୍ତୁ ଏହା ପୂର୍ବରୁ ସେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଦମ୍ପତ୍ତି ଏହି ଖବର ଦେବା ମାତ୍ରେ ସଙ୍ଗେ ସଙ୍ଗେ କିୟାରା ଆଡଭାନୀ, ଅର୍ଜୁନ କପୁର, ଟାଇଗର ଶ୍ରଫ, ମୃଗାଳ ଠାକୁର ଶୁଭେଚ୍ଛା ଜଣାଇଛନ୍ତି ।
କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଆଥିୟା ଶେଟ୍ଟୀଙ୍କ ବାପା ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାର ଫାର୍ମହାଉସରେ ହୋଇଥିଲା। ସେମାନଙ୍କ ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ।
Powered by Froala Editor