ଭାରତୀୟ କ୍ରିକେଟ ଦଳ ପାଇଁ ୫୮ କୋଟି ଟଙ୍କାର ପୁରସ୍କାର ଘୋଷଣା

ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏହି ଟଙ୍କା ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ। ଗୁରୁବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ଏହି ସୂଚନା ଦେଇଛି।ଭାରତ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ଭାରତର ତୃତୀୟ ଚାମ୍ପିଅନ୍ସ ଟ୍ରଫି ଥିଲା। ଗତବର୍ଷ ଜୁନ୍ ୨୯ ତାରିଖରେ ଭାରତ ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଥିଲା।
ଟିମ୍ର ଏତେ ବଡ଼ ବଡ଼ ସଫଳତାକୁ ଦେଖି ଗୁରୁବାର ଟିମ୍ ଇଣ୍ଡିଆକୁ ଦିଆଯିବାକୁ ଥିବା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ। ବିସିସିଆଇ ସଭାପତି ରୋଜର ବିନ୍ନି ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି, "କ୍ରମାଗତ ଦୁଇଟି ଆଇସିସି ଟାଇଟଲ୍ ଜିତିବା ସ୍ୱତନ୍ତ୍ର। ଏହି ପୁରସ୍କାର ଟିମ୍ ଇଣ୍ଡିଆର ପ୍ରତିବଦ୍ଧତା ଏବଂ ଉତ୍କର୍ଷତାର ସ୍ୱୀକୃତି ଦେବ।"
ବିସିସିଆଇ ରୋହିତ ଶର୍ମା ଏବଂ ତାଙ୍କ ଦଳ ପାଇଁ ସେମାନଙ୍କର ଐତିହାସିକ ବିଜୟ ଏବଂ ଭାରତର ସପ୍ତମ ICC ଟାଇଟଲ ପାଇଁ ୫୮ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି।ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବିଜୟୀ ହୋଇଥିଲା। ବାଂଲାଦେଶ ବିପକ୍ଷରେ ୬ ୱିକେଟରେ ଦୃଢ଼ ବିଜୟ ସହ ଟିମ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ପାକିସ୍ତାନ ବିପକ୍ଷରେ ୬ ୱିକେଟରେ ବିଜୟ ହାସଲ କରିଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷରେ ୪୪ ରନରେ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ। ଶେଷରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଚାରି ୱିକେଟରେ ପରାସ୍ତ କରିଥିଲା।ଫାଇନାଲରେ ନ୍ୟୁଜିଲାଣ୍ଡକୁ ଧରାଶାୟୀ କରି ଚାମ୍ପିୟନ ହୋଇଥିଲା ଭାରତ । ଆଉ ଏବେ ଚାମ୍ପିୟନ ହେବାର ମଧୁର ଫଳ ପାଇଛନ୍ତି ଖେଳାଳି।
Powered by Froala Editor