ହିନାଙ୍କ ନଖ ମରି ମରି ଯାଉଛି

ହିନା ଖାନ ବର୍ତ୍ତମାନ କର୍କଟ ରୋଗର ଚିକିତ୍ସାରେ ଅଛନ୍ତି । ସେ କେମୋ ନେଉଥିବାବେଳେ ତାଙ୍କ ନଖ ମରି ମରି ଯାଉଛି । ଯାହାର ଫଟୋ ସେ ସେୟାର କରିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶାଭାବ ଖେଳିଯାଇଛି । ସେମାନେ ହିନାଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି ।
ନିକଟରେ ହିନା ଖାନ ତାଙ୍କର କେମୋଥେରାପି ସେସନ୍ ସମାପ୍ତ କରିଛନ୍ତି । ନିକଟରେ, ହିନା ତାଙ୍କ ମାଆଙ୍କ ହାତ ଧରି ଏକ ସୋସିଆଲ ମିଡିଆ କାହାଣୀ ସେୟାର କରିଛନ୍ତି । ଏହି ପୋଷ୍ଟରେ ତାଙ୍କ ନଖ ଦେଖି କିଛି ପ୍ରଶଂସକ ତାଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ ଯେ ସେ ରମଜାନ ମାସରେ ନେଲ ପେଣ୍ଟ କରି ନମାଜ ପଢୁଛନ୍ତି । ଏବେ ହିନା ଖାନ ଏକ ପୋଷ୍ଟ ସେୟାର କରି ତାଙ୍କୁ ଟ୍ରୋଲ୍ କରିଥିବା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଜବାବ ଦେଇଛନ୍ତି ।
ହିନା ଖାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ କୌଣସି ନେଲ୍ ପେଣ୍ଟ୍ ଲଗାଇ ନାହାଁନ୍ତି, ଏହା ହେଉଛି କ୍ୟାନସର ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା । ଏହି ଚିକିତ୍ସା ଯୋଗୁଁ ତାଙ୍କ ନଖ ମରିଗଲାଣି । ପ୍ରକୃତରେ, ତାଙ୍କ ନଖର ରଙ୍ଗ ବଦଳି ଯାଇଛି ଏବଂ ଏହା କେମୋଥେରାପିର ଏକ ପାର୍ଶ୍ୱ ପ୍ରତିକ୍ରିୟା ।
Powered by Froala Editor