୫ ଟଙ୍କିଆ ଗୁଟ୍କାରେ ୪ ଲକ୍ଷର କେଶର କେଉଁଠୁ ଆସିଲା, ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଫସିଲେ ୩ ସୁପରଷ୍ଟାର

ବିବାଦ ଘେରରେ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ୍। ଏକ ବିଜ୍ଞାପନ ଯୋଗୁ ଆଇନଗତ ସମସ୍ୟାରେ ପଡ଼ିଛନ୍ତି ଏହି ବଲିଉଡ ସୁରପଷ୍ଟାର। ଜୟପୁର ଜିଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ଅଭିଯୋଗରେ ତିନି ତାରକାଙ୍କୁ ସମନ କରିଛି। ସେ ଶାହରୁଖ ଖାନଙ୍କୁ କେଶର ସ୍ବାଦଯୁକ୍ତ ଗୁଟ୍ଖାକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନର ଅଭିଯୋଗର ଉତ୍ତର ମାର୍ଚ୍ଚ ୧୯ ସୁଦ୍ଧା ଦେବାକୁ କହିଛନ୍ତି। ତାଙ୍କ ବ୍ୟତୀତ ଅଜୟ ଦେବଗନ, ଟାଇଗର ଶ୍ରଫ ଏବଂ ଗୁଟଖା ନିର୍ମାଣକାରୀ କମ୍ପାନୀର ଅଧ୍ୟକ୍ଷଙ୍କୁ ମଧ୍ୟ ସମାନ ନୋଟିସ ପଠାଯାଇଛି।
ଜୟପୁର ବାସିନ୍ଦା ଯୋଗେନ୍ଦ୍ର ସିଂହ ବାଡିଆଲଙ୍କ ଦ୍ୱାରା ଦାୟର ଅଭିଯୋଗର ଶୁଣାଣି କରି ଉପଭୋକ୍ତା ଫୋରମ ସଭାପତି ଗ୍ୟାରସିଲାଲ ମୀନା ଏବଂ ସଦସ୍ୟ ହେମଲତା ଅଗ୍ରୱାଲ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗକର୍ତ୍ତା କହିଛନ୍ତି ଯେ, ଜେବି ଇଣ୍ଡଷ୍ଟ୍ରୀଜ ବିମଲ ପାନ ମସାଲା ତିଆରି କରିଥାଏ। ବିଜ୍ଞାପନର ଟ୍ୟାଗଲାଇନ୍ ହେଉଛି, “ପ୍ରତ୍ୟେକ ଶସ୍ୟରେ କେଶର ଶକ୍ତି ଥାଏ।” ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ୍ ଏହାର ବିକ୍ରୟ ପାଇଁ ଆଡ୍ କରନ୍ତି। ଏହି ଆଡରେ ଦାବି କରାଯାଇଛି ଯେ, ଏଥିରେ କେସର ଅଛି। ହେଲେ କେଶରର ୧ କେଜି ମୂଲ୍ୟ ୪ ଲକ୍ଷ ଟଙ୍କା। ଏହି କେଶର ପାନ ମସଲାରେ ଆସିଥାଏ। ଏଥିରେ କେଶର ପକାଇବା ତ ଦୂରର କଥା, ଏହାର ସ୍ମେଲ ମଧ୍ୟ ଏଥିରେ ପକାଯାଇ ନଥାଏ। ଅଭିଯୋଗରେ କୁହାଯାଇଛି ଯେ, ଅଭିନେତା ଏହି ପାନ ମସଲାର ପ୍ରତି ଦାନାରେ କେଶର ଅଛି ବୋଲି ମିଥ୍ୟା ପ୍ରଚାର କରୁଛନ୍ତି।
Powered by Froala Editor