‘ଚନ୍ଦ୍ରରେ ଓହ୍ଲାଇଲା ବ୍ଲୁ ଘୋଷ୍ଟ’

ଚନ୍ଦ୍ରରେ ପାଦ ରଖିଲା ନୀଳ ଭୂତ ବା ବ୍ଲୁ ଘୋଷ୍ଟ । ବ୍ଲୁ ଘୋଷ୍ଟ ଆମେରିକାର ମହାକାଶ ଗବେଷଣା ସଂସ୍ଥା ଦ୍ବାରା ନିର୍ମିତ ଏହା ଏକ ମହାକାଶ ଯାନ । ରବିବାର ଏହି ମହାକାଶ ଯାନ ଚନ୍ଦ୍ରରେ ଅବତରଣ କରାଯାଇଥିବା କୁହାଯାଇଛି ।
ଟେକ୍ସାସସ୍ଥିତ କମ୍ପାନି ଫାୟାରଫ୍ଲାଇ ଏରୋସ୍ପେସ୍ ଏହି ମହାକାଶଯାନକୁ ବିକଶିତ କରିଛି। ଫାୟାରଫ୍ଲାଇ ଏରୋସ୍ପେସର 'ବ୍ଲୁ ଘୋଷ୍ଟ' ଲ୍ୟାଣ୍ଡର ଚନ୍ଦ୍ରର କକ୍ଷପଥରୁ ସ୍ୱୟଂଚାଳିତ ଭାବେ ଅବତରଣ କରି ଚନ୍ଦ୍ରର ଉତ୍ତର-ପୂର୍ବ ଦିଗରେ ଥିବା ପ୍ରଭାବ ଅବବାହିକାରେ ଅବସ୍ଥିତ ଏକ ପ୍ରାଚୀନ ଆଗ୍ନେୟଗିରିର ଅବବାହିକାରେ ପହଞ୍ଚିବା ଲକ୍ଷ୍ୟ ରଖିଥିଲା। କମ୍ପାନିର ମିସନ କଣ୍ଟ୍ରୋଲ ରିପୋର୍ଟ ଅନୁଯାୟୀ, ଆମେ ଚନ୍ଦ୍ରରେ ଅଛୁ। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଲ୍ୟାଣ୍ଡରର ସ୍ଥିତି ସ୍ଥିର ରହିଛି।
ସୂଚନାଯୋଗ୍ୟ, ପୂର୍ବରୁ ଭାରତ ସମେତ ବିଭିନ୍ନ ଦେଶର ମହାକାଶ ଏଜେନ୍ସି ନିଜ ନିଜର ଲାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ ବି ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନି ଏପରି ସଫଳତା ହାସଲ କରିଛି ।
Powered by Froala Editor