ରାସ୍ତାରୁ ହଟିବ ୧୫ ବର୍ଷର ପୁରୁଣା ଗାଡ଼ି, ଏପ୍ରିଲ ୧ରୁ ମିଳିବନି ପେଟ୍ରୋଲ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ଶନିବାରକୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ୧୫ ବର୍ଷରୁ ପୁରୁଣା ଯାନଗୁଡ଼ିକୁ ଏପ୍ରିଲ ୧ ରୁ ପେଟ୍ରୋଲ-ଡିଜେଲ ମିଳିବ ନାହିଁ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯିବ, ଯାହା ଏପରି ଯାନଗୁଡ଼ିକୁ ଚିହ୍ନଟ କରିବ ।
ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ନେଇ ଅଧିକାରୀଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ବୈଠକରେ ପୁରୁଣା ଗାଡି ଉପରେ ପ୍ରତିବନ୍ଧକ, ଆଣ୍ଟି ସ୍ମୋକ ଉପାୟ ଏବଂ ଇ-ଭେଇକିଲ ଚଳାଚଳ ଉପରେ ଆଲୋଚନା ହୋଇଥିଲା । ମନ୍ତ୍ରୀ କହିଛନ୍ତି, ଆମେ ପେଟ୍ରୋଲ ପମ୍ପରେ ମେସିନ ବସାଇବୁ, ଯାହା ୧୫ ବର୍ଷ ପୁରୁଣା ଗାଡିକୁ ଚିହ୍ନଟ କରିବେ ଓ ଉକ୍ତ ଗାଡ଼ିକୁ ତେଲ ମିଳିବ ନାହିଁ ।
ପୂର୍ବ ସରକାର ରାସ୍ତାରେ ସ୍ପ୍ରିଙ୍କଲର ଲଗାଇ ନଥିଲେ, ଯାହା ଫଳରେ ବାୟୁରେ ଧୂଳି କଣିକା ବୃଦ୍ଧି ପାଉଥିଲା। ରାସ୍ତାରେ ପୁରୁଣା ଯାନବାହାନ ଧୂଆଁ ନିର୍ଗତ କରୁଛି ଏବଂ ବାୟୁମଣ୍ଡଳକୁ ବିଷାକ୍ତ କରୁଛି । ନିର୍ମାଣ ସ୍ଥାନରେ ଆଣ୍ଟି-ସ୍ମଗ୍ ଗନ୍ ଭଳି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉନାହିଁ ।
ସେ ଆହୁରି କହିଛନ୍ତି, ଦିଲ୍ଲୀରେ ଚଳାଚଳ କରୁଥିବା ୯୦ ପ୍ରତିଶତ ସିଏନଜି ବସକୁ ୨୦୨୫ ଡିସେମ୍ବର ସୁଦ୍ଧା ପର୍ଯ୍ୟାୟ କ୍ରମେ ହଟାଯିବା ସହ ସେ ସ୍ଥାନରେ ଇ-ବସ୍ ଚଳାଚଳ କରାଯିବ ।
Powered by Froala Editor