ପ୍ରେଗ୍ନେସି ଘୋଷଣା ପରେ ସୁଟିଂ ସେଟ୍କୁ ଫେରିଲେ କିଆରା

କିଆରା ଆଡଭାନୀ ନିକଟରେ ପ୍ରେଗ୍ନେସିର ଆନାଉନ୍ସମେଣ୍ଟ କରିଛନ୍ତି । ଅଭିନେତ୍ରୀ ନିଜ ପ୍ରେଗ୍ନେସି ଘୋଷଣା କରିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖୁସି ଖବର ପରେ, କିଆରା ସୁଟିଂକୁ ଫେରିଛନ୍ତି ।
ଶନିବାର ମୁମ୍ବାଇର ଏକ ସୁଟିଂ ସ୍ପଟରେ ପାପାରାଜିମାନେ ତାଙ୍କୁ ଦେଖିଥିଲେ, ଏହା ତାଙ୍କର ଗର୍ଭବତୀ ହେବାର ଘୋଷଣା ପରେ ତାଙ୍କର ପ୍ରଥମ ପବ୍ଲିକ ଆପିଏରାନ୍ସ ଥିଲା। ଅଭିନେତ୍ରୀ ଏକ ଧଳା ସାର୍ଟ ଏବଂ ସର୍ଟ ପିନ୍ଧିଥିଲେ। ସେ ତାଙ୍କ କେଶରେ ଏକ ଖୋସା କରିଥିଲେ ଏବଂ କଳା ଚଷମା ମଧ୍ୟ ପିନ୍ଧିଥିଲେ। ଏହା ସହିତ, ଅଭିନେତ୍ରୀ ସେଠାରେ ଉପସ୍ଥିତ ପାପାରାଜିଙ୍କ ପାଇଁ ବହୁତ ପୋଜ ମଧ୍ୟ ଦେଇଥିଲେ।
ଫେବୃଆରୀ ୨୮ରେ, ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଅନ୍ଦାଜରେ ସେମାନଙ୍କର ଗର୍ଭଧାରଣର ଘୋଷଣା କରିଥିଲେ ଯେଉଁଥିରେ ସେମାନେ ଦୁହେଁ ଏକାଠି ହାତ ରଖିଥିଲେ ଏବଂ ପାପୁଲିରେ ଧଳା ରଙ୍ଗର ଶିଶୁ ମୋଜା ଧରିଥିଲେ। ଫଟୋ ଶେୟାର କରି କପଲ କ୍ୟାପସନରେ ଲେଖିଥିଲେ, ‘ଆମ ଜୀବନର ସବୁଠାରୁ ବଡ଼ ଉପହାର ଶୀଘ୍ର ଆସୁଛି’।
ସୂଚନାଯୋଗ୍ୟ, କିଆରା ଆଡଭାନୀଙ୍କୁ ରାମ ଚରଣଙ୍କ ସହ ଫିଲ୍ମ 'ଗେମ୍ ଚେଞ୍ଜର'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କ ଲାଇନ୍ରେ ଅନେକ ବଡ ବଡ ଚଳଚ୍ଚିତ୍ର ଅଛି। କିଆରାଙ୍କ ଆଗାମୀ ଫିଲ୍ମଗୁଡ଼ିକର ବିଷୟରେ କଥା ହେବା, ତେବେ ସେଗୁଡ଼ିକ ହେଉଛି ହ୍ରିତିକ ରୋଶନଙ୍କ ଅଭିନୀତ ୱାର୍ ୨, ରଣବୀର ସିଂହଙ୍କ ଅଭିନୀତ ଡନ ୩ ଏବଂ ୟଶଙ୍କ ଆଗାମୀ ଫିଲ୍ମ ଟକ୍ସିକ, ଯେଉଁଥିରେ କିଆରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
Powered by Froala Editor