ଶ୍ରେୟା ଘୋଷାଲଙ୍କ ‘ X ’ ଆକାଉଣ୍ଟ ହ୍ୟାକ୍

ବଲିଉଡ୍ର ଶ୍ରେଷ୍ଠ ଗାୟିକା ଶ୍ରେୟା ଘୋଷାଲଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ଆକାଉଣ୍ଟ ହ୍ୟାକ୍ ହୋଇଛି। ଶ୍ରେୟା ଘୋଷାଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ୧୩ ଫେବୃଆରୀରୁ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ସେ ବହୁତ ଚେଷ୍ଟା କରିଛନ୍ତି କିନ୍ତୁ ସେ ଆଉ ତାଙ୍କ ଆକାଉଣ୍ଟ ଖୋଲିପାରୁ ନାହାନ୍ତି।
ଫଟୋ ଶେୟାର କରିବା ସମୟରେ ଶ୍ରେୟା ଲେଖିଛନ୍ତି, ନମସ୍କାର ପ୍ରଶଂସକ ଏବଂ ବନ୍ଧୁଗଣ। ମୋର Twitter/X ଆକାଉଣ୍ଟ ଫେବୃଆରୀ ୧୩ ତାରିଖରୁ ହ୍ୟାକ୍ ହୋଇଛି। ମୁଁ ଏକ୍ସ ଟିମ୍ ସହିତ ଯୋଗାଯୋଗ କରିଛି। କିନ୍ତୁ କୌଣସି ପ୍ରତିକ୍ରିୟା ଆସିନାହିଁ, ମୁଁ ମୋ ଆକାଉଣ୍ଟକୁ ଡିଲିଟ ମଧ୍ୟ କରିପାରୁନାହିଁ। କାରଣ ମୁଁ ଆଉ ଲଗ ଇନ କରିପାରୁନାହିଁ। ଦୟାକରି କୌଣସି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ କିମ୍ବା ସେହି ଆକାଉଣ୍ଟରୁ ଲେଖାଯାଇଥିବା କୌଣସି ମେସେଜକୁ ବିଶ୍ୱାସ କରନ୍ତୁ ନାହିଁ। ଯଦି ଆକାଉଣ୍ଟଟି ପୁନରୁଦ୍ଧାର ହୋଇ ସୁରକ୍ଷିତ ହୁଏ ତେବେ ମୁଁ ବ୍ୟକ୍ତିଗତ ଭାବରେ ଏକ ଭିଡିଓ ମାଧ୍ୟମରେ ଅପଡେଟ କରିବି।
ଶ୍ରେୟା ଘୋଷାଲ ବଲିଉଡର ଜଣେ ପ୍ରସିଦ୍ଧ ପ୍ଲେବ୍ୟାକ ଗାୟିକା। ସେ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ଚମତ୍କାର ଗୀତ ଗାଇଛନ୍ତି।
Powered by Froala Editor