‘ବ୍ଲକବଷ୍ଟରରୁ ବାଲେଟ ବକ୍ସ’ ଉନ୍ମୋଚିତ
ଭୁବନେଶ୍ୱରର ଏକ ହୋଟେଲରେ ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ପୁସ୍ତକ ‘ବ୍ଲକବଷ୍ଟରରୁ ବାଲେଟ ବକ୍ସ’ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର, ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା ଏବଂ ଏହି ଅବସରରେ ଅନୁଭବ ମହାନ୍ତିଙ୍କ ଉଲ୍ଲେଖନୀୟ ଜୀବନ ଓ କ୍ୟାରିୟରକୁ ପ୍ରଶଂସା କରାଯାଇଥିଲା।
ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି Jagrati Shukla। ଏହାର ଓଡ଼ିଆ ଅନୁବାଦ କରିଛନ୍ତି ମାନସ ପଢିଆରୀ। ଅନୁଭବ ମହାନ୍ତି ତଥା Varsha Priyadarshini ସବୁବେଳେ ଗଣମାଧ୍ୟମରେ ଆଲୋଚନାର ବିଷୟ ରହିଥିବାବେଳେ ଏହି ବହିରେ ମଧ୍ୟ ତାଙ୍କ ସମ୍ପର୍କରେ ସ୍ଥାନ ପାଇଛି। ଏଥିସହ ଅନୁଭବଙ୍କ ସହ ଜାଗୃତିଙ୍କୁ ନେଇ ବହୁ ରୋଚକ କଥା ମଧ୍ୟ ଆଲୋଚନ କରାଯାଇଛି।
ଓଡିଶା ଚଳଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତାଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡିଶା ତଥା ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ, ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି। ଏହି ବହି ଲେଖିବା ପାଇଁ ଜାଗୃତିଙ୍କୁ ୪-୫ବର୍ଷ ସମୟ ଲାଗିଥିଲା। ସେ କୁହନ୍ତି କି, ଅନୁଭବଙ୍କ ଜୀବନକୁ ବହୁ ପାଖରୁ ଦେଖିବା ସହ ବହୁ କଷ୍ଟରେ ଏହି ବହିଟିକୁ ଲେଖିଛି।
ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ଅତିଥିମାନଙ୍କ ଗହଣରେ ପ୍ରକାଶକ ସରୋଜ ବଳ ମଧ୍ୟ ଉପସ୍ଥିତ ଥିଲେ।
Powered by Froala Editor