ଭାଲେଣ୍ଟାଇନ ଡେ’ରେ ଜାକ୍ଲିନଙ୍କୁ ଜେଟ୍ ଉପହାର

ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ମହାଠକ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ପାଇଁ ନିଜ ପ୍ରେମ ପ୍ରକାଶ କରିଥିଲେ। ସେ ପୁଣି ଥରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଅଭିନେତ୍ରୀଙ୍କୁ ପ୍ରାଇଭେଟ ଜେଟ୍ ଉପହାରରେ ଦେଉଥିବା ଲେଖିଛନ୍ତି।
ସେ ଚିଠିରେ ଲେଖିଛନ୍ତି, "ବେବି, ତୁମେ ସବୁବେଳେ ସୁଟିଂ ପାଇଁ ସାରା ବିଶ୍ୱ ବୁଲୁଛ। ଏବେ ଏହି ଜେଟ୍ ସହିତ, ତୁମର ଯାତ୍ରା ଅତ୍ୟନ୍ତ ସହଜ ହେବ। ଏହି ଭାଲେଣ୍ଟାଇନରେ ମୋର କେବଳ ଗୋଟିଏ ଇଚ୍ଛା, ଯଦି ମୋର ପୁର୍ନଜନ୍ମ ହୁଏ, ମୁଁ ତୁମର ହୃଦୟ ଭାବରେ ଜନ୍ମ ନେବାକୁ ଚାହେଁ। ଏହା ଦ୍ଵାରା ମୁଁ ତୁମ ଭିତରେ ସ୍ପନ୍ଦନ ହୋଇ ରହିବ। ମୁଁ ଏହି ଗ୍ରହରେ ରହୁଥିବା ସବୁଠାରୁ ଭାଗ୍ୟବାନ ବ୍ୟକ୍ତି। ମୁଁ ସବୁଠାରୁ ସୁନ୍ଦର, ସବୁଠାରୁ ଭଲ ମଣିଷ ପାଇଛି। ତୁମକୁ ଏହି ଜୀବନରେ ମୋର ଭାଲେଣ୍ଟାଇନ୍ ଭାବରେ ପାଇ ମୁଁ ଖୁସି।"
ସୁକେଶ ଏବେ ମଣ୍ଡୋଲି ଜେଲରେ ଅଛନ୍ତି, ସେଠାରୁ ସେ ଅଭିନେତ୍ରୀଙ୍କ ପାଇଁ ଏକ ଚିଠି ଲେଖିଥିଲେ। ସେ ଜ୍ୟାକଲିନଙ୍କୁ ଏକ କଷ୍ଟମାଇଜଡ ଗଲ୍ଫଷ୍ଟ୍ରିମ ଜେଟ ଉପହାର ସ୍ବରୂପ ଦେଇଛନ୍ତି।
ସୁକେଶଙ୍କ ଏକ ଠକେଇ ମାମଲାରେ ୨୦୧୫ ମସିହାରୁ ଜେଲରେ ଅଛନ୍ତି। ଏହି ମାମଲାର ତଦନ୍ତ ଚାଲିଥିବାବେଳେ ସୁକେଶ ଏବଂ ଜ୍ୟାକଲିନଙ୍କ ସମ୍ପର୍କର କଥା ସାମ୍ନାକୁ ଆସିଥିଲା। ଏହା ପରେ ସୁକେଶ ଦାବି କରିଥିଲେ, ସେମାନେ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି, ଉଭୟଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତଥାପି, ଜ୍ୟାକଲିନ ସୁକେଶଙ୍କ ବୟାନକୁ ଅସ୍ବୀକାର କରିଥିଲେ ।
Powered by Froala Editor