ଅଶାଳୀନ ମନ୍ତବ୍ୟ ମହଙ୍ଗା ପଡ଼ିଲା, କ୍ଷମା ମାଗିଲେ କମେଡିଆନ୍

ଜୋକ୍ କରୁ ଜୋକର ହୋଇଗଲେ ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କ ଫ୍ୟାନ୍ସ ଖପ୍ପା ହୋଇଯାଇଛନ୍ତି। ଜୋକ୍ ଏତେ ମହଙ୍ଗା ପଡିଲା ଯେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଇଣ୍ଡିଆ ଗଟ ଲାଟେଣ୍ଟରେ ସାମିଲ ହୋଇ ରଣବୀର କହିଥିଲେ ଯେ, କ’ଣ ଆପଣଙ୍କ ବାପା ମା’ ଶରୀରିକ ସମ୍ପର୍କ ରଖୁଥିବାବେଳର ଦୃଶ୍ୟ ଦେଖିବାକୁ ପସନ୍ଦ କରିବେ? କିମ୍ବା ଆପଣ ସେଥିରେ ସାମିଲ ହେବେ ଏବଂ ତାହାକୁ ରୋକିବେ ବୋଲି ଜଣେ ମହିଳା କଣ୍ଟେଷ୍ଟାଣ୍ଟଙ୍କୁ ପଚାରିଥିଲେ । ରଣବୀରଙ୍କ ଏ କଥାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋର୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସମୟ ରାଇନା ଏବଂ ରଣବୀଙ୍କୁ ଜେଲ ଦଣ୍ଡ ଦିଆଯାଉ ବୋଲିି ଏକ୍ସରେ ଟ୍ରେଣ୍ଡ କଲାଣି ୟୁଜର୍ସଙ୍କ ବିରୋଧ ।
ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ଜଣାଶୁଣା ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବେଶ୍ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଅନେକ ସମୟରେ ଏଥିରେ ଲୋକଙ୍କୁ ବିବାଦୀୟ ପ୍ରଶ୍ନ ପଚରାଯାଉଥିବା ବେଳେ ଏଥର ଏହା ସବୁ ସୀମା ଟପିଯାଇଛି । ଏହି 'ଶୋ’ର ନୂଆ ଏପିସୋଡରେ ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀ, ଅପୂର୍ବ ମଖିଜା, ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା ।
ତେବେ ଏସବୁ ଭିତରେ ସୋସିଆଲ ମିଡ଼ିଆ 'X' ମାଧ୍ୟମରେ ନିଜର ଭୁଲ୍ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ରଣବୀର। ଏହି ମାମଲାରେ ମତ ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ସେ ଭିଡିଓ କ୍ଲିପ୍ ଦେଖିନାହାନ୍ତି , କିନ୍ତୁ ଯିଏ ଶାଳୀନତାର ସୀମା ପାର କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Powered by Froala Editor