ଆତ୍ମହତ୍ୟା କରିଦେଲେ ଫିଲ୍ମ ନିର୍ମାତା, ଟଙ୍କା ଅଭାବରୁ ଚାପରେ ଥିଲେ

ତେଲୁଗୁ ଫିଲ୍ମ ନିର୍ମାତା ସୁକର୍ଣ୍ଣ କୃଷ୍ଣ ପ୍ରସାଦ ଚୌଧୁରୀ ସୋମବାର ଗୋଆସ୍ଥିତ ଭଡ଼ାଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରଥମେ ଜୀବନ ହାରିବା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ଆର୍ଥିକ ସମସ୍ୟା ଏକ ବଡ଼ କାରଣ ବୋଲି କୁହାଯାଉଥିଲା। ହେଲେ ଏବେ ଜୀବନ ହାରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେଡ୍ରୁମ୍ରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି।
ସୁଇସାଇଡ୍ ନୋଟ୍ ଅନୁସାରେ, ସୁକର୍ଣ୍ଣ ଗତ କିଛି ଦିନ ଧରି ମାନସିକ ଚାପରେ ଥିଲେ। ତେଲୁଗୁ ଭାଷାରେ ରଜନୀକାନ୍ତଙ୍କ ଅଭିନୀତ 'କବାଲି' ଚଳଚ୍ଚିତ୍ରର ପ୍ରଯୋଜନା ପାଇଁ ଜଣାଶୁଣା କେପି ଚୌଧୁରୀଙ୍କ ବୟସ ୪୪ ବର୍ଷ ଥିଲା। ସୋମବାର ଦିନ ଉତ୍ତର ଗୋଆରେ ଥିବା ସିଓଲିମ୍ ଗାଁର ଏକ ଭଡା ଘରୁ ତାଙ୍କର ମୃତଦେହ ମିଳିଥିଲା। ମୃତଦେହ ପାଖରୁ ମିଳିଥିବା ସୁଇସାଇଡ ନୋଟରୁ ଜଣାପଡ଼ିଛି ଯେ, ଅବସାଦ ତାଙ୍କ ଜୀବନ ନେଇଛି। ଏଥିପାଇଁ ସେ କାହାକୁ ଦାୟୀ ନକରିବା ସହ ମୃତଦେହ ତାମିଲନାଡୁରେ ରହୁଥିବା ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଉ ବୋଲି ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ, ସୁକର୍ଣ୍ଣ ୨୦୧୬ରେ ରଜନୀକାନ୍ତଙ୍କ ସୁପରହିଟ୍ ଚଳଚ୍ଚିତ୍ର 'କବାଲି' ନିର୍ମାଣ କରିଥିଲେ। ଏହି ଫିଲ୍ମ ୬୦୦କୋଟିରୁ ଅଧିକ ଟଙ୍କା ଆୟ କରିଥିଲା। ହେଲେ ପରେ ଡ୍ରଗ୍ସ କାରବାରରେ ସମ୍ପୃକ୍ତି ଅଭିଯୋଗରେ ୨୦୨୩ରେ ସେ ଗିରଫ ହୋଇଥିଲେ। ଘର ଚଳାଇବା ପାଇଁ ଅନ୍ୟଠାରୁ ଆଣିଥିବା ଋଣ ଭାର ବଢ଼ିଯିବାରୁ ଚାପଗ୍ରସ୍ତ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
Powered by Froala Editor