ଛୁରାମାଡ଼ ପରେ ପ୍ରଥମଥର ଫିଲ୍ମ ପ୍ରମୋସନରେ ଆସିଲେ ସୈଫ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ତାଙ୍କ ଉପରେ ଛୁରାମାଡ଼ କରିଥିଲା। ଏହି ଆକ୍ରମଣର ଶିକାର ହେବାପରେ ସୈଫଙ୍କୁ ମୁମ୍ବାଇସ୍ଥିତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମେରୁଦଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ଛୁରାମାଡ଼ ଘଟଣା ପରେ ସୈଫ ଅଲ୍ଲୀ ଖାନଙ୍କୁ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବରେ ଫିଲ୍ମ 'ଜ୍ୱେଲ ଥିଫ- ଦି ରେଡ୍ ସନ୍ ଚାପ୍ଟର'ର ପ୍ରମୋସନରେ ଦେଖିବାକୁ ମିଳିଛି। ଏହି ସିନେମାରେ ସୈଫ ଜଣେ ଚୋର ଭୂମିକାରେ ନଜର ଆସିବେ। ଯିଏକି ୫୦୦ କୋଟି ଟଙ୍କାର ଆଫ୍ରିକୀୟ ରେଡ୍ ସନ୍ ହୀରା ଚୋରି କରିବାକୁ ଚେଷ୍ଟା କରନ୍ତି।
ଏହା ଚଳିତ ବର୍ଷ ପାଇଁ ନେଟଫ୍ଲିକ୍ସ ଦ୍ୱାରା ଘୋଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ସୈଫ୍ ହାତରେ ପ୍ଲାଷ୍ଟର ଲଗାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଘଟଣା ପରେ ବର୍ତ୍ତମାନ ସାମ୍ନାକୁ ଆସି ସେ ବହୁତ ଖୁସି ଆସିଥିବା ଦେଖାଯାଇଛି ।
ସେଠାରେ ସେ କହିଛନ୍ତି, ସାମ୍ନାରେ ଠିଆ ହୋଇ ବହୁତ ଭଲ ଲାଗୁଛି । ସିଦ୍ଧାର୍ଥ ଏବଂ ମୁଁ ବହୁତ ଦିନ ଧରି ଏହା ବିଷୟରେ କଥା ହେଉଛୁ । ମୁଁ ସବୁବେଳେ ଏକ ଡକାୟତିି ଫିଲ୍ମ କରିବାକୁ ଚାହୁଁଥିଲି । ଯଦି ଦେଖିବା ଏହା ଏକ ସୁନ୍ଦର ଫିଲ୍ମ ଏବଂ ଏହା ପାଇଁ ମୁଁ ବହୁତ ଉତ୍ସାହିତ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ଛୁରାମାଡ଼ ପରେ ସୈଫଙ୍କ ଶରୀରରେ ୬ଟି ସ୍ଥାନରେ ଆଘାତ ଲାଗିବା ଘଟଣା ଏକ 'ପବ୍ଲିସିଟି ଷ୍ଟଣ୍ଟ' କି? ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି କ୍ରମରେ କରିନାଙ୍କ ଫ୍ୟାନ୍ କ୍ଲବ୍ ସୈଫ୍ଙ୍କ ଆଘାତର ଫଟୋ ସେୟାର କରି ଲେଖିଛନ୍ତି, "ଗତ କିଛି ସପ୍ତାହ ଧରି ଯେଉଁମାନେ କରିନା ଏବଂ ସୈଫ୍ଙ୍କୁ ପ୍ରଶ୍ନ କରିଥିଲେ, ସେମାନଙ୍କ ପାଇଁ ଏଠାରେ ସୈଫ୍ଙ୍କ ସଦ୍ୟତମ ଫଟୋ ଅଛି। ଯେଉଁ ଫଟୋରେ ସୈଫ ତାଙ୍କ ଆଘାତ ଲୁଚାଇବା ପାଇଁ କଳର ଥିବା ସାର୍ଟ ପିନ୍ଧିଛନ୍ତି।
Powered by Froala Editor