ଦ୍ୱନ୍ଦ୍ୱ ବଢ଼ାଇଲା ସୈଫଙ୍କୁ ଆକ୍ରମଣ ଘଟଣା, ମେଳ ଖାଉନି ଆକ୍ରମଣକାରୀର ଫିଙ୍ଗର ପ୍ରିଣ୍ଟ୍

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣ ଘଟଣାରେ ୩୦ ବର୍ଷ ବୟସ୍କ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଗିରଫ ହୋଇଥିବା ସତ୍ତ୍ବେ ଆକ୍ରମଣ ଘଟଣା ଅଧିକ ବିବାଦ ଆଡକୁ ଯାଇଛି । ଆକ୍ରମଣ ମାମଲା ମୁମ୍ବାଇ ପୁଲିସ ପାଇଁ ଏକ ବଡ଼ ସମସ୍ୟା ଉପୁଜିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିଆଇଡି ସୈଫଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଶରିଫୁଲ୍ ଇସଲାମ୍ ଶହଜାଦର ଫିଙ୍ଗରପ୍ରିଣ୍ଟ ନମୁନା ଉପରେ ଏକ ନକାରାତ୍ମକ ରିପୋର୍ଟ ଦେଇଛି। ପୁଲିସ କ’ଣ ସୈଫଙ୍କ ଉପରେ ଆକ୍ରମଣ କରିଥିବା ଠିକ ବ୍ୟକ୍ତିଙ୍କୁ ଗିରଫ କରିଛି ତାହା ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ତଥା ଅଭିଯୁକ୍ତଙ୍କ ବାପା ଏହା ମଧ୍ୟ ଦାବି କରିଛନ୍ତି ଯେ ସିସିଟିଭି ଫୁଟେଜରେ ଦେଖାଯାଉଥିବା ବ୍ୟକ୍ତି ଅଭିଯୁକ୍ତଙ୍କଠାରୁ ଭିନ୍ନ ଦେଖାଯାଉଛନ୍ତି, କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ଏହି ଦାବିଗୁଡ଼ିକ ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହିଁ।
ମୁମ୍ବାଇ ପୁଲିସ ଏବଂ କ୍ରାଇମବ୍ରାଞ୍ଚର ପ୍ରାୟ ୪୦ଟି ଦଳ ୭୨ଘଣ୍ଟାର ଦୀର୍ଘ ଯାଞ୍ଚ ପରେ ଶରିଫୁଲକୁ ଗିରଫ କରିଥିଲା। ଶରିଫୁଲଙ୍କ ବିରୋଧରେ ଘଟଣାସ୍ଥଳରୁ ୧୯ ଟି ଫିଙ୍ଗରପ୍ରିଣ୍ଟ ନମୁନା ନିଆଯାଇଥିଲା। ସିଆଇଡି ରିପୋର୍ଟରେ ସ୍ପଷ୍ଟ ଭାବରେ କହିଛି ଯେ ଏହି ଆଙ୍ଗୁଠି ଚିହ୍ନ ଗିରଫ ଅଭିଯୁକ୍ତଙ୍କ ସହ ମେଳ ଖାଉନାହିଁ।
ଦ୍ୱିତୀୟତଃ ଅଭିଯୁକ୍ତର ଚେହେରା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି । କିନ୍ତୁ ମୁମ୍ବାଇ ପୁଲିସ କହିଛି ଯେ ଯେଉଁ ଦିନ ସୈଫଙ୍କୁ ଆକ୍ରମଣ କରାଯାଇଥିଲା ଏହା ପରେ ତାଙ୍କ ପରି ଦେଖାଯାଉଥିବା ଏକ ଡଜନରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା । କିନ୍ତୁ ସେଦିନ ରାତିରେ ସୈଫଙ୍କ ଘରେ କିମ୍ବା ଆଖପାଖରେ ସେମାନଙ୍କ ମଧ୍ୟରୁ କାହାର ମୋବାଇଲ ଲୋକେଶନ ମିଳିନଥିବା ବେଳେ କେବଳ ଧରାଯାଇଥିବା ଆକ୍ରମଣକାରୀଙ୍କ ଲୋକେଶନ ମ୍ୟାଚ ହୋଇଥିଲା ।
ସେପଟେ ଆହତ ହେବା ପରେ ପରେ ସୈଫଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ବୀମା ମଞ୍ଜୁରୀକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ବୀମା ନିୟାମକ ଆଇଆରଡିଏଆଇ ନିକଟରେ ହୋଇଛି ଅଭିଯୋଗ। ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୩୬ ଲକ୍ଷ ଟଙ୍କାର କ୍ୟାସଲେସ୍ ଆବେଦନ କରାଯାଇଥିଲା । ସେଥିରେ ୨୫ ଲକ୍ଷ ଟଙ୍କା ହୋଇଥିଲା ମଞ୍ଜୁର। ତୁରନ୍ତ ବୀମା ପ୍ରଦାନକୁ ବିରୋଧ କରି ଆସୋସିଏସନ ଅଫ ମେଡିକାଲ କନସଲଟାଣ୍ଟ୍ସ ପକ୍ଷରୁ IRDAI ନିକଟରେ ଅଭିଯୋଗ କରାଯାଇଛି ।
Powered by Froala Editor