ମା’ ତାରିଣୀଙ୍କ ନିକଟରେ ଦୀପ ଜାଳୁଥିଲେ, ଶାଢିରେ ଲାଗିଗଲା ନିଆଁ
କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ମନ୍ଦିରରେ ଦୀପଷ୍ଟାଣ୍ଡ୍ରୁ ଜଣେ ମହିଳାଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଛନ୍ତି। ଆହତଙ୍କ ନାମ ମିନାକ୍ଷୀ ବରାଳ ଏବଂ ଘର ଢେଙ୍କାନାଳ ଜିଲା କୁରୁଣ୍ଟି ଗ୍ରାମରେ ବୋଲି ଜଣାପଡ଼ିଛି। ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁଣ୍ଟି ଗାଁର ମୀନାକ୍ଷୀ ବରାଳ ପରିବାର ଲୋକଙ୍କ ସହିତ ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ସେଠାରେ ସେ ମା’ଙ୍କ ଦର୍ଶନ କରିବା ସହିତ ଦୀପଷ୍ଟାଣ୍ଡରେ ଦୀପ ଜାଳୁଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ତାଙ୍କର ଶାଢ଼ିରେ ନିଆଁ ଲାଗିଯାଇଥିଲା। ସେଠାରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଅନ୍ୟ ଭକ୍ତ, ମନ୍ଦିର କର୍ମଚାରୀ ଓ ଦମକଳ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି।
ମନ୍ଦିରର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର କହିଛନ୍ତି, ଅସାବଧାନତା କାରଣରୁ ଦୀପଷ୍ଟାଣ୍ଡ୍ରୁ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗିଥିଲା। ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।
Powered by Froala Editor