କାର୍ଯ୍ୟାନୁଷ୍ଠାନ ହେବା ପରି ଲାଗୁନି: ଜୟଦେବ ଜେନା
ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପ୍ରସଙ୍ଗରେ ଜୟଦେବ ଜେନା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବିଜେଡିର ମୁଖପାତ୍ର ସାଜି ଡି ଏସ କୁଟ୍ଟେ ଓ ଆଶିଷ ସିଂ ପ୍ରଶାସନ ଚଳାଇଥିଲେ । ଏହାକୁ ମଧ୍ୟ ବିଜେପି ନିର୍ବାଚନରେ ଏକ ପ୍ରସଙ୍ଗ କରିଥିଲା । ନିର୍ବାଚନ ସରିବା ପରେ ଉଭୟଙ୍କୁ ଦିଲ୍ଲୀରେ ଏକ ଭଲ ସ୍ଥାନରେ ରଖିଲେ । ବିଜେପି ଓ ବିଜେଡି ମଧ୍ୟରେ ଏବେ ବି ଏକ ଅଘୋଷିତ ମେଣ୍ଟ ରହିଛି । ଭାଇ ଭାଇ ହୋଇ ରହିଛନ୍ତି । କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେନି । ବିଷ୍ଣୁପଦଙ୍କୁ ସିବିଆଇ ସମନ କରିଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ହେବା ପରି ଲାଗୁନି ବୋଲି ଜୟଦେବ ଜେନା କହିଛନ୍ତି ।
Powered by Froala Editor