କାର୍କୁ ଧକ୍କା ଦେଇ ପଳାଉଥିଲା ଟ୍ରକ୍, ଗୋଡ଼େଇ ଧରିଲେ ଦୂତି
୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି।ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ, ଦୂତି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ କାର୍ରେ ଆସୁଥିଲେ। ମଧୁପାଟଣା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ପରେ ଟ୍ରକ୍ ଚାଳକ ତାଙ୍କୁ ଦୁର୍ବ୍ୟବହାର କରି ପଳାଇ ଯାଉଥିଲା। ହେଲେ ଦୂତି ଗୋଡ଼ାଇ ଗୋଡ଼ାଇ ଉକ୍ତ ଟ୍ରକ୍କୁ କାବୁ କରିଥିଲେ।
କାଠଯୋଡ଼ି ବ୍ରିଜ ପୂର୍ବରୁ ସେ ଟ୍ରକ ଆଗରେ କାର୍ ରଖି ଅଟକାଇଥିଲେ। ଏନେଇ ମଧୁପାଟଣା ଥାନା ପୁଲିସକୁ ଜଣାଇଥିଲେ ଦୂତି। ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି। ଦୂତି ଚାନ୍ଦ ସୁରକ୍ଷିତ ଥିବା ବେଳେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି।
ମଧୁପାଟଣା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ଦୂତି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା(ନଂ.୩୩୧/୨୪) ରୁଜୁ କରିଥିବା ଆଇଆଇସି ଚିତ୍ତରଞ୍ଜନ ରାଉତ ସୂଚନା ଦେଇଛନ୍ତି।
Powered by Froala Editor