ଆଳୁ ଚାଷ ପାଇଁ ୬୪ କୋଟି ଟଙ୍କା ଖର୍ଚ୍ଚ
ଭୁବନେଶ୍ୱର: ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏହି ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୧୫ ହଜାର ୨୩ ହେକ୍ଟର ଆଳୁ ଚାଷ ପାଇଁ ଯୋଜନା ହୋଇଛି । ଆଳୁ ଗଚ୍ଛିତ ରଖିବାକୁ ଶୀତଳଭଣ୍ଡାରର ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି ।
ସେହିପରି ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି । ବୁଧବାର ବିଧାନସଭାରେ ଏହା କହିଛନ୍ତି ଶ୍ରୀ ସିଂହଦେଓ ।
ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । ଓଡ଼ିଶାରେ ଆଳୁ ଉପôାଦନ କରି ଅନ୍ୟ ଉପରେ ନିର୍ଭରଶୀଳ ନହେବାକୁ ରାଜ୍ୟ ସରକାର ବଦ୍ଧ ପରିକର । କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହଦେଓ ଏହା କହିଛନ୍ତି ।
Powered by Froala Editor