ଆର୍ ବିଆଇର କଷ୍ଟମର୍ କେୟାରକୁ ଧମକପୂର୍ଣ୍ଣ କଲ୍
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ)ର କଷ୍ଟମର୍ କେୟାର ଡିପାର୍ଟମେଣ୍ଟକୁ ଧମକପୂର୍ଣ୍ଣ କଲ୍ ଆସିଛି । ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ରେ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରରେ ଏହି କଲ୍ କରାଯାଇଥିଲା।
ଫୋନରେ ଥିବା ବ୍ୟକ୍ତି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। କଲ୍ କରିଥିବା ବ୍ୟକ୍ତି କହିଥିଲା ଯେ ପଛ କବାଟ ବନ୍ଦ ଅଛି, ଇଲେକ୍ଟ୍ରିକ୍ କାର୍ ଭାଙ୍ଗିଯାଇଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ରିଜର୍ଭ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡଦେଇଥିବା ଅଭିଯୋଗ ଅନୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏମ୍ ଆର୍ ଏ ମାର୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମୁମ୍ବାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କୌଣସି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଆର୍ବିଆଇକୁ ଏଭଳି ଧମକପୂର୍ଣ୍ଣ କଲ୍ ମିଳିବା ନୂଆ କଥା ନୁହେଁ। ଗତ ୨ ମାସ ମଧ୍ୟରେ ଏଭଳି କଲ୍କୁ ନେଇ ଅନେକ ମାମଲା ରୁଜୁ ହୋଇଛି। ପୂର୍ବରୁ ଭାରତୀୟ ଏୟାରଲାଇନ୍ସଗୁଡ଼ିକୁ କ୍ରମାଗତ ଭାବରେ କଲ୍ ଆସୁଥିଲା, ଯେଉଁଥିରୁ ଅଧିକାଂଶ କଲ୍ ହେଉଛି ବିଦେଶ ସହିତ ସଂଯୁକ୍ତ । ଏହି ଧମକପୂର୍ଣ୍ଣ କଲ୍ର ମୁକାବିଲା ପାଇଁ ଏୟାରଲାଇନ୍ସଗୁଡ଼ିକ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତଦନ୍ତ ଜାରି ରଖିଛନ୍ତି।
Powered by Froala Editor