‘ମିସ୍ ୟୁନିଭର୍ସ ୨୦୨୪’ ଟାଇଟଲ ହାତେଇଲେ ଭିକ୍ଟୋରିଆ କଜେର
ନୂଆଦିଲ୍ଲୀ: ‘ମିସ୍ ୟୁନିଭର୍ସ ୨୦୨୪’ ଟାଇଟଲ ହାତେଇଛନ୍ତି ୨୧ ବର୍ଷୀୟା ଭିକ୍ଟୋରିଆ କଜେର। ଏହାଦ୍ଵାରା ଦୁନିଆର ସବୁଠାରୁ ବଡ଼ ସ୍ୱୀକୃତିପ୍ରାପ୍ତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନମାର୍କ ପ୍ରଥମ ବିଜୟ ହାସଲ କରିଛି। ମିସ୍ ନିକାରାଗୁଆ ଶେନ୍ନିସ୍ ପଲାସିୟୋସ୍ ତାଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି। ଅପରପକ୍ଷେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ନାଇଜେରିଆର ଚିଡିମ୍ମା ଏଡେଟ୍ସିନା। ସେହିପରି ମେକ୍ସିକୋର ମାରିଆ ଫର୍ଣ୍ଣାଣ୍ଡା ବେଲ୍ଟ୍ରାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ମେକ୍ସିକୋରେ ଅନୁଷ୍ଠିତ ୭୩ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଡେନମାର୍କର ଭିକ୍ଟୋରିଆ କଜେର୍ ଥେଲଭିଗ୍ ବିଜୟ ହାସଲ କରିଛନ୍ତି। ଏହି ୨୧ ବର୍ଷୀୟା ପ୍ରତିଯୋଗୀ ଭାରତର ରିୟା ସିଂଘାଙ୍କ ସମେତ ବିଶ୍ବର ୧୨୫ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଡେନମାର୍କର ପ୍ରଥମ ମିସ୍ ୟୁନିଭର୍ସ ସାଜି ଇତିହାସ ରଚିଛନ୍ତି ଭିକ୍ଟୋରିଆ।
Powered by Froala Editor