କିଚେନ ଗାର୍ଡେନରେ ଗଞ୍ଜେଇ ଚାଷ
ଆପଣ କିଚେନ୍ ଗାର୍ଡେନ ଦେଖିଥିବେ । ହେଲେ କେବେ କିଚେନ ଗାର୍ଡେନରେ ଗଞ୍ଜେଇ ଦେଖିଛନ୍ତି କି? ହଁ ଉତ୍ତରପ୍ରପ୍ରଦେଶ ନୋଏଡାର ୪୬ ବର୍ଷୀୟ ରାହୁଲ ଚୌଧୁରୀ ନାମକ ବ୍ୟକ୍ତି କିଚେନ ଗାର୍ଡେନରେ ଗଞ୍ଜେଇ ଚାଷ କରିଛନ୍ତି । ତାଙ୍କୁ ପୁଲିସ ଗିରଫ କରିବା ସହିତ ପ୍ରାୟ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ଜବତ କରିଛି ।
ପୁଲିସ କହିଛି, ରାହୁଲ ମୀରଟ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପୂର୍ବରୁ ତାଙ୍କର ଏକ ହୋଟେଲ ଥିଲା। କିନ୍ତୁ କୋଭିଡ ସମୟରେ ଏହା ବିପୁଳ କ୍ଷତି ସହିଥିଲା। ତା’ପରେ ରାହୁଲ ପ୍ରାୟ ସବୁ ବେଳେ ନିଶା ସେବନ କରୁଥିଲେ । ନିଶା କାରବାର ନେଇ ସେ ବିଭିନ୍ନ ଓଟିଟି ସିରିଜ୍ ଦେଖି ସେ ନିଶା କାରବାର କରିବାକୁ ଚିନ୍ତା କରିଥିଲେ । ଏପରିକି ସେ ବିଦେଶୀ ଅନଲାଇନ ଜରିଆରେ ମଞ୍ଜି କିଣିଥିଲେ । ସେ ଗଞ୍ଜେଇ ମଞ୍ଜିକୁ ଭିନ୍ନ ଭିନ୍ନ ସ୍ଥାନରୁ ଗ୍ରହଣ କରୁଥିଲେ। PayPal ଜରିଆରେ ପୂରା ନେଣଦେଣ ହୋଇଥିଲା।
ଦୁଇ ବର୍ଷ ତଳେ ପ୍ରଥମ ଥର ରାହୁଲ ଘରେ ପାଇଁ ଦୁଇଟି ଫୁଲ କୁଣ୍ଡରେ ଗଞ୍ଜେଇ ଗଛ ଲଗାଇଥିଲେ। ପ୍ରଥମେ ପ୍ରଥମେ ସେ ନିଜ ପାଇଁ ଏହିଭଳି ଗୋଟିଏ ଦୁଇଟି କୁଣ୍ଡରେ ଗଞ୍ଜେଇ ଗଛ ଲଗାଉଥିଲେ। ପରେ ପରେ ସେ ଏହି ସଂଖ୍ୟା ବଢ଼ାଇଥିଲେ। ଅନ୍ଲାଇନ୍ରେ ଗ୍ରାହକ ମଧ୍ୟ ଯୋଗାଡ଼ କରୁଥିଲେ। ଚାରି ମାସ ହେଲା ସେ ନିଜ ଘର ଭିତରେ ୮୦ଟି ଫୁଲ କୁଣ୍ଡରେ ଗଞ୍ଜେଇ ମଞ୍ଜି ଲଗାଇଥିଲେ।
ଗଞ୍ଜେଇ ଗଛଗୁଡ଼ିକ ଯେପରି ସଠିକ୍ ତାପାମାତ୍ରାରେ ବଢ଼ିବେ, ସେଥିପାଇଁ ସେ ଏସି ଲଗାଇଥିଲେ, ଯାହା ଦିନରାତି ୨୪ ଘଣ୍ଟା ଚାଲୁଥିଲା। ଗଞ୍ଜେଇ ଚାଷ ପାଇଁ ଘରର କବାଟ ଓ ଝରକା ଖୋଲିପାରୁ ନଥିଲେ। ସେ ଗଞ୍ଜେଇ ଚାଷ ସଂପର୍କରେ ତାଙ୍କ ପତ୍ନୀ ଓ ଛୁଆମାନଙ୍କୁ କିଛି କହି ନଥିଲେ। ସେ ଅର୍ଗାନିକ ଫାର୍ମିଂ କରୁଛନ୍ତି ବୋଲି କହିଥିଲେ। ଗଞ୍ଜେଇ ଗଛ ପିଛା ୫ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ମଙ୍ଗଳବାର ରାହୁଲଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ପୁଲିସ। ତାଙ୍କ ଘରୁ ଗଞ୍ଜେଇ ମଞ୍ଜି, ସାର ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Powered by Froala Editor