ମୋ ଓଜନ କମିନି, ମୁଁ ସୁସ୍ଥ ଅଛି : ସୁନୀତା
ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ ଲୋକମାନେ । ଦୀର୍ଘ ଦିନ ହେଲା ସେ ମହାକାଶରୁ ନଫେରିବାରୁ ଆଶଙ୍କା ପ୍ରକାଶ ପାଇଥିଲା । ହେଲେ ସୁନୀତା ତାଙ୍କର ନୂଆ ଭିଡିଓ ଛାଡିଛନ୍ତି । ଯେଉଁଥିରେ ସେ ସୁସ୍ଥ ଥିବା କହିଛନ୍ତି
ସୁନୀତା ୱିଲିୟମ୍ସ ଜୁନ୍ ମାସରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ଆଇଏସ୍ଏସ୍) ରେ ଅଛନ୍ତି। ଆସନ୍ତା ବର୍ଷ ୨୦୨୫ ଫେବୃଆରୀରେ ସେ ପୃଥିବୀକୁ ଫେରିବେ ବୋଲି ଆଶା କରାଯାଉଛି।
ନିକଟରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖାଯାଉଥିଲା ଯେ ତାଙ୍କର ଓଜନ ଯଥେଷ୍ଟ ହ୍ରାସ ପାଇଛି। ଏହି ଫଟୋ ଦେଖି ଅନେକ ଲୋକ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିଲେ। ଏହା ପରେ ସୁନୀତା ୱିଲିୟମ୍ସ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ସୂଚନା ବିଶ୍ବବାସୀଙ୍କ ସହିତ ସେୟାର କରିଛନ୍ତି। ସେ କହିଛନ୍ତି, ତାଙ୍କ ଶରୀରରେ ଏକ ତରଳ ପଦାର୍ଥରେ ପରିବର୍ତ୍ତନ ହୋଇଛି। ମୋର ଓଜନ ହ୍ରାସ ହୋଇନାହିଁ ବରଂ ବୃଦ୍ଧି ପାଇଛି।
ନାସାର ମୁଖପାତ୍ର ଜିମି ରସେଲ କହିଛନ୍ତି, ନାସାର ସମସ୍ତ ମହାକାଶଚାରୀଙ୍କ ନିୟମିତ ଚିକିତ୍ସା ଯାଞ୍ଚ କରୁଛନ୍ତି। ଫ୍ଲାଇଟ୍ ସର୍ଜନମାନଙ୍କ ଦ୍ୱାରା ସେମାନଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ୍ କରାଯାଇଥାଏ । ଜିମି ରସେଲ କହିଛନ୍ତି ନାସାର ସମସ୍ତ ମହାକାଶଚାରୀ ସୁରକ୍ଷିତ ଅଛନ୍ତି।
Powered by Froala Editor